Odiapua.com

୨ଭାଇଙ୍କୁ ମରାଣାନ୍ତକ ଆକ୍ରମଣ;୧୧ଜଣଙ୍କ ନାମରେ ମାମଲା

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ଥାନା ଅର୍ନ୍ତଗତ ଚାରିଗାଁର ସାରଙ୍ଗଧର ପୃଷ୍ଟିଙ୍କ ପୁଅ ରମେଶ(୩୮) ଓ ସୁରେଶ(୩୪)ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି । ଘଟଣା ରାତି ପ୍ରାୟ ୧୦ଟା ସମୟରେ ରମେଶ ଓ ସୁରେଶ ତାଙ୍କ ବଡ଼ଭାଇ ଅଶୋକଙ୍କ ସହିତ ଥାନାରୁ ୨ଟି ବାଇକ୍‌ରେ ଫେରୁଥିବା ବେଳେ ଚକ୍ରାପାଢୀ ବ୍ରିଜ୍ ଛକ ନିକଟସ୍ଥ ପଳାଶବଣରୁ ୨୦ରୁ ଉଦ୍ଧ ବ୍ୟକ୍ତି ମାରଣାସ୍ତ୍ର ଧରି ଭାଇମାନଙ୍କୁ ଅଟକାଇଥିଲେ ମାତ୍ର ସେମାନେ ଭୟଭୀତ ହୋଇ ଯାଇ ବାଇକ୍‌କୁ ତୀବ୍ର ବେଗରେ ଚଳାଇ ଆଗକୁ ପଳାଇଥିଲେ । ମାତ୍ର କିଛିବାଟ ଯିବା ପରେ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ରମେଶଙ୍କୁ ମାରଣାସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ତାଙ୍କ ଭାଇ ସୁରେଶ ଘଟଣାସ୍ଥଳରେ ପହଂଚିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ । ରମେଶଙ୍କ ମୁଣ୍ଡରେ ଗଭୀର ଆଘାତ୍ ଲାଗିଥିବାବେଳେ ସୁରେଶଙ୍କ ଗୋଡ଼ ଓ ହାତ ଭାଙ୍ଗି ଯାଇଛି । ଉଭୟ ଆହାତଦ୍ୱୟ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ରେ ଚିକିତ୍ସାଧୀନ ରହିଛନ୍ତି । ଏ ସଂପର୍କରେ ଥାନା କେସ ନଂ ୨୩୧/୨୧,ଦଫା ୨୯୪,୩୪.୩୦୭,୩୨.୫୦୬ ଓ ୩୪ଆଇପିସିରେ ୧୧ଜଣଙ୍କ ନାଆଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରୀ ରଖିଛି । ଅନ୍ୟପକ୍ଷରେ ଥାନାରେ ପାଲଟା ଅଭିଯୋଗ ହୋଇଥିବାରୁ ପୋଲିସ୍ ଏସଡ଼ିପିଓ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି ।