Odiapua.com

୨ଡାକ୍ତର ନିଯୁକ୍ତିର ପ୍ରତିଶୃତି ପରେ ଗଣ ଧାରଣା ସ୍ଥଗିତ

ଯାଜପୁର୨୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖଡାକ୍ତର ନିଯୁକ୍ତି ଦାବିରେ ବରିଷ୍ଠ ସଚେତନ ନାଗରିକଙ୍କ ଦ୍ୱାରା ଚାଲିଥିବା ଗଣଧାରଣାର ୪ର୍ଥ ଦିନରେ ଧାରଣା ସ୍ଥଳେ ୨ ଡାକ୍ତରଙ୍କ ନିଯୁକ୍ତି ଦେବାର ପ୍ରତିଶୃତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । କୋରାଇ ମେଡିକାଲ ସ୍ୱାସ୍ଥ୍ୟ ଅଧିକାରୀ ହିମାଂଶୁ କୁମାର ଓ କୋରାଇ ଥାନାଧିକାରୀ ରଣଜିତ ମହାନ୍ତି ବିଭାଗ ପକ୍ଷରୁ ଦୁଇ ଜଣ ନୂତନ ଡାକ୍ତର ଯୋଗଦେବା ସହ ସବୁଦିନେ ଡାକ୍ତର ରହି ରୋଗୀ ସେବା ଯୋଗାଇଦେବାକୁ ପ୍ରତିଶୃତି ପରେ ଧାରଣାକୁ ସାମୁୟିକ ଦିନ ପାଇଁ ସ୍ଥଗିତ ରଖାଯାଇଛିା ଏଥି ସହିତ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ଖୁବ ଶିଘ୍ର ପୂରଣ ପାଇଁ ପ୍ରତିଶୃତି ମଧ୍ୟ ଦିଆଯାଇଛି । ଘୋଷଣା ମୁତାବକ ଯଦି ଏହାର କୌଣସି ଖିଲାପ ହୁଏ ତାହେଲେ ପୁନଃର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ବରିଷ୍ଠ ସଚେତନ ନାଗରିକ ମଂଚଚେତାବନୀ ଦେଇଛି । କାଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାତ୍ର ଓ ଡିଡିଓ ଗୋପାଳ ମଲିକ, ଥାନାଧିକାରୀ ମେଡିକାଲ ଅଫିସର ପ୍ରମୁଖ ଧାରଣାକାରୀଙ୍କ ପ୍ରତିନିଧି ମଣ୍ଡଳୀ ସହ ଆସି ଆଲୋଚନା କରିଥିବା ବେଳେ ଆଲୋଚନା ବିଫଳ ହୋଇଥିଲା । ସିଡିଏମଓଙ୍କ ଡାକ୍ତର ଦେଇ ହେବ ନାହିଁ ରୋକଠୋକ କହିବା ପରେ ଉତେଜନା ପ୍ରକାଶ ପାଇଥିଲା । ହେଲେ ଆଜି ଆଲୋଚନା ସକାରତ୍ମକ ହେବା ଯୋଗୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ସୁଚନାଯୋଗ୍ୟ-୧୫ ବର୍ଷ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହେବା ଦିନଠାରୁ ଡାକ୍ତର ସମସ୍ୟା ଲାଗି ରହିଛି । ବିଭିନ୍ନ ବିଭାଗର ୪ ବିଶେଷଜ୍ଞ ସହ ୯ଜଣ ଡାକ୍ତର ରହିବାକୁ ଥିବା ବେଳେ ଡାକ୍ତରଙ୍କ ଅଭାବ ରହିଥିବାରୁ ବିଷେଶଜ୍ଞ ଆସୁନାହାନ୍ତି । ବିଶେଷ କରି ମେଡିସିନ, ଶଲ୍ୟ, ଶିଶୁ ,ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ପଦବୀ ଥାଇ ମଧ୍ୟ ଡାକ୍ତର ନାହାନ୍ତି । ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାଳି କରି ଡାକ୍ତର ଡକାଯାଉଥିବା ବେଳେ ହୋମିଓପାଥିକ ଓ ଆର‌୍ୟୁବେଦିକ ଡାକ୍ତରରେ ସେବା ଚାଲିଛି । ବିଭିନ୍ନ ସମୟରେ ରୋଗୀ ମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଛନ୍ତି । ଆବାହକ ପୁରସ୍ତମ ଦାସ ସୁବାସ ଧଳ, ଅଥୟ କୁମାର ମହାନ୍ତି, ପିତାମ୍ବର ନନ୍ଦ, ଜଗନ୍ନାଥ ମାଝୀ, ପଦ୍ମଲୋଚନ ମହାନ୍ତି, ଦେବବ୍ରତ ମହାନ୍ତି, ବ୍ରଜ କିଶୋର ପଟ୍ଟନାୟକ, ସିରାଜୁଦ୍ଦିନ ଖାଁ, କାହ୍ନୁ ଚରଣ ନାଥ, ମହେନ୍ଦ୍ର କୁମାର ମହାନ୍ତି, ନୃସିଂହ ଚରଣ ମୁଦୁଲି, ଭିକାରୀ ଚରଣ ସାହୁ, ପ୍ରଭାକର ବେହେରା, କେଶବ ବାରିକ, ମହମ୍ମଦ ରଫିକ, ମମତାଜ ଅଲ୍ଲୀ, ଅଖିଳ ନାଥ, ଗୋପିନାଥ ବିଶ୍ୱାଳ, ଅଭୟ କୁମାର ସିଂହ, ବିଜୟ କୁମାର ସିଂହ, ସୁବାସ ଦାସ, କ୍ରିଷ୍ଣ କୁମାର ପଟ୍ଟନାୟକ, ମନୋରଂଜନ ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଅଧିବାସୀ ଯୋଗଦେଇ ଗଣଧାରଣ କରାଯାଇଥିଲା ।