Odiapua.com

୨କରୋନା ଯୋଦ୍ଧା ସହ ଆଜି ପୁଣି ୪ଜଣ ନୂଆ ପଜିଟିଭ ଚିହ୍ନଟ,ସିଡିଏମଓ ଅଫିସ ସିଲ

ମାଲକାନଗିରି,୧୬ା୭(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାରେ ପୁଣି ୪ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ଙ୍କ ମଧ୍ୟର ଜିଲ୍ଲାହସପିଟାଲର ୨ଜଣ କରୋନା ଯୋଦ୍ଧା ଥିବାବେଳେ ହସପିଟାଲ କର୍ମଚାରୀ ଜଣେ ଓ ସିଡିଏମଓ କାର୍ଯ୍ୟାଳୟର ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୦୨ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ପ୍ରଥମ କରି ସିଡିଓମଓ ଅଫିସର ଜଣେ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସିଡିଏମଓ ଅଫିସ ସିଲ କରାଯାଇ ଅନଲାଇନରେ କର୍ମଚାରୀମାନେ ନିଜ ନିଜ ଅଫିସ କାମକରୁଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳର ଡିଏନକେ ପୋଷ୍ଟଅଫିସ ଲାଇନ,ମଡଣ୍ଣ ର୍ ଇଂଲିସ ସ୍କୁଲ,ଡିଆରଡିଏ ଛକ,କୁମୁଟିଗୁଡା ଛକ,୧୧୯ କଲୋନି ଛକ,ଡିଏନକେ ପରିବା ମାର୍କେଟ ଛକ,ବାଲିମେଳା କୋର୍ଟ ଛକ,ହାଇସ୍କୁଲ ଛକ,ଜେଲ ସାହି ଛକ,ଜଗନ୍ନାଥ ମନ୍ଦିର ରାସ୍ତା କୁ କଟେଂନମେଟଂ ଜୋନ କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାରିକେଟ ସହ ପୁଲିସ ପ୍ରହରା ଚାଲିଛି । ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି ।