Odiapua.com

୧.୫୮ ଲକ୍ଷ ହେକ୍ଟର ଜମି ରେ ଧାନଚାଷ କରିବା ଲକ୍ଷ – ୩୦ ହଜାର ଚାଷୀ ହେବେ ବିମାଭୁକ୍ତ

ପୁରୀ, ୨୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲାରେ ଖରିଫ୍ ଋତୁରେ ଏକ ଲକ୍ଷ ୫୮ ହଜାର ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ କରାଯିବା ପାଇଁ ଲକ୍ଷ ରହିଛି। ସେଥିରୁ ଏକ ଲକ୍ଷ ୧୭ ହଜାର ହେକ୍ଟର କୁ ଜଳସେଚନ କରାଯିବ। ପୁରୀ ନିମାପଡା ପ୍ରାଚୀ ଡିଭିଜନ ରେ ୮୧ ହଜାର ହେକ୍ଟର କୁ ଜଳସେଚନ କରାଯିବ ବୋଲି ଲକ୍ଷଧାର୍ଯ୍ୟ ହୋଇଛି। ପ୍ରାୟ ୬୮ ହଜାର ମେଟ୍ରିକ ଟନ୍ ବିହନ ଏବଂ ହେକ୍ଟର ପିଛା ୬୫ କିଲୋଗ୍ରାମ୍ ହିସାବରେ ୨୧ ହଜାର ୩୫୦ ମେଟ୍ରକ୍ ଟନ୍ ସାର ବ୍ୟବହାର କରାଯିବ। ୬୦ କ୍ୱିଂଟାଲ୍ ଶଷ୍ୟ ଅମଳ ହେବା ହେକ୍ଟର ପିଛା ଲକ୍ଷ ରଖାଯାଇଛି। ଜିଲାରେ ମୃତିକା ପରିକ୍ଷଣ ନିମନ୍ତେ ୫୨୩୩ ନମୁନା ସଂଗ୍ରହ ସହ ଜୈବିକ ଖତ ଭାବେ ଗୋବର ନିମ ପୀଡୀଆ କରଂଜ ରାଶି ପୀଡୀଆ ଜିଆ ଖତ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ। ପ୍ରାୟ ୪୩ ହଜାର ହକ୍ଟେର ଜମିରେ ରୋଗ ପୋକ ନିୟନ୍ତ୍ରଣ ବିହନ ବିଶୋଧନ ଓ ଧାମରା ଔଷଧ ବ୍ୟବହାର କରାଯିବ। ଋଣ ନେଇଥିବା ୩୦ ହଜାର ଚାଷୀ ଙ୍କୁ ଶଷ୍ୟ ବୀମା ଅନ୍ତର୍ଭୁକ୍ତ କରାଯିବ। ପୁରୀ ନିମାପଡା ସମବାୟ ବ୍ୟାଙ୍କ ମାଧ୍ୟମରେ ୧୩୮ କୋଟି ଟଙ୍କା ଋଣ ଚାଷୀ ଙ୍କୁ ପ୍ରଦାନ କରାଯିବ। ପ୍ରତି ସୋମବାର ଦିନ ବ୍ଲକ ସ୍ତରରେ କୃଷକ ମାନଙ୍କ ସମସ୍ୟା ସମାଧାନ ସହ ସଚେତନତା କାର୍ଯ୍ୟକ୍ରମ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧିନରେ ୨୪୦୦ ହକ୍ଟେରରେ ଏକ ମିଶନ ଭାବେ ନଡିଆ ଗଛ ଚାରା ରୋପଣ କରାଯିବ। ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ସୁବାଷ ଚନ୍ଦ୍ର ଦାସ୍ ବର୍ମା, ଜିଲା ମୁଖ୍ୟ କୃଷି ଅଧିକାରୀ ଏସ ଚନ୍ଦ୍ରଶେଖର ରାଓ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କୃଷି ଅଧିକାରି ମାନେ ଯୋଗ ଦେଇଥିଲେ।