Odiapua.com

୧.୩୧ ଲକ୍ଷ କୋଟିର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆ ଦିଲ୍ଲୀ ୨୯ ସେପ୍ଟେମ୍ବର (ଓଡ଼ିଆ ପୁଅ) ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ପୀୟୁଷ ଗୋୟଲ ଆଜି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ଅନୁରାଗ ଠାକୁର କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ ସବୁଜ ସଙ୍କେତ ମିଳିଛି ଯେଉଁଥିରେ ସାରା ଦେଶରେ ୧୧.୨ ଲକ୍ଷ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏହି ଯୋଜନା ପାଞ୍ଚ ବର୍ଷ ଚାଲିବ ଏବଂ ଏଥିପାଇଁ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।