Odiapua.com

୧ ଟଙ୍କା ରେ କିଣନ୍ତୁ ସୁନା

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ସୁନା କିଣିବା ଆମ ଭାରତୀୟଙ୍କ ଦୁର୍ବଳତା। ସେହିଭଳି ଯଦି ଏହା କେବଳ ଏକ ଟଙ୍କାରେ ଆପଣଙ୍କୁ ସୁନା କିଣିବାର ସୁଯୋଗ ମିଳିଯାଏ ତେବେ କଣ କହିବେ। ଆଜ୍ଞା ହଁ ଦେଶରେ ପେଟିଏମ ସମେତ ଅନ୍ୟ ସବୁ ଇ-ଓ୍ଵାଲେଟ କମ୍ପାନୀ ଗୁଡିକ ଏବେ ୧ ଟଙ୍କାରେ ସୁନା କିଣିବାର ମଉକା ଦେଉଛନ୍ତି। ଏହି ପ୍ଲାଟଫର୍ମରେ ବିକ୍ରି କରାଯାଉଥିବା ସୁନା ୨୪ କ୍ୟାରେଟ ୯୯.୯ ଶୁଦ୍ଧତା ବିଶିଷ୍ଟ ଅଟେ। ଏଠାରେ ଆପଣଙ୍କ ଦ୍ୱାରା କିଣାଯାଇଥିବା ସୁନାକୁ ଏକ ସୁରକ୍ଷିତ ଲକରରେ ରଖାଯାଇଥାଏ। ଆପଣ ଯେବେବି ଚାହିଁବେ ଏହି ସୁନାକୁ ହୋମ ଡେଲିଭରୀ ମଧ୍ୟ କରିପାରିବେ। ଏହାସହିତ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସୁନାକୁ ରିଟର୍ଣ୍ଣ ମଧ୍ୟ ହାସଲ କରିପାରିବେ।

-ପେଟିଏମ ଗୋଲ୍‌ଡରୁ ସୁନା କିଣିବା ପାଇଁ ଆପଣଙ୍କୁ ପେଟିଏମ ଆପରେ ଗୋଲ୍‌ଡ ଅପସନ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣ ସୁନା କିଣିପାରିବେ। ଆପଣଙ୍କ ସୁନା ଏମଏଟିସି-ପିଏମପି ଲକରରେ ସୁରକ୍ଷିତ ରହିବ। କିଣିବା ସହିତ ଆପଣ ଏଠାରେ ସୁନା ବିକ୍ରି ମଧ୍ୟ କରିପାରିବେ।

ଏହି ପ୍ଲାଟଫର୍ମରେ ଆପଣ ପ୍ରାୟ ୧ଟଙ୍କାରେ ସୁନା କିଣିପାରିବେ। ଏଠାରେ ଆପଣ ୧ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ସୁନା କିଣିପାରିବେ।

କମ୍ପାନୀ ଦାବି କରିଛି ଯେ ଏହି ପ୍ଲାଟଫର୍ମରେ ବିକ୍ରି ହେଉଥିବା ସୁନା ୨୪ କ୍ୟାରେଟ ୯୯.୯ ଶୁଦ୍ଧତା ବିଶିଷ୍ଟ। ଏହାକୁ ଏକ ସୁରକ୍ଷିତ ଲକରରେ ରଖାଯାଉଛି। ଏହାସହିତ ଆପଣ ଯେତେବେଳେ ଚାହିଁବେ ଏହାକୁ ହୋମ ଡେଲିଭରୀ ମଧ୍ୟ କରିପାରିବେ।