Odiapua.com

୧୯ ରେ କଂଗ୍ରେସ ସେବାଦଳ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର ୧୭.୧୧ (ଓଡ଼ିଆ ପୁଅ)- ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଡିସେମ୍ବର ୨୬ ତାରିଖରେ ହେବାକୁ ଥିବା କଂଗ୍ରେସ ସେବାଦଳ ସଦ୍‌ଭାବନା ସମାବେଶର ପ୍ରସ୍ତୁତି ବୈଠକ ଆସନ୍ତା ୧୯ ତାରିଖ ପୂର୍ବାହ୍ନ ୯ ଘଂଟା ସମୟରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ଏହି ବୈଠକରେ ନିଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର, ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାଜ୍ୟ କଂଗ୍ରେସ ସେବାଦଳର ଷ୍ଟିଅରିଂ କମିଟି ଓ ଜିଲ୍ଲାର ସକ୍ରୀୟ କର୍ମକର୍ତା ଓ କାର୍ଯ୍ୟକାରୀ ମୁଖ୍ୟ ସଂଗଠକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।