Odiapua.com

୧୯ ବର୍ଷରୁ କମ୍ ରାଜ୍ୟ ମହିଳା କ୍ରିକେଟ୍ ଟିମ୍‌ରେ ଚାନ୍ଦବାଲି ଝିଅ ପୂଜାରାଣୀ

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଚାନ୍ଦବାଲି ଝିଅ ପୂଜାରାଣୀ ଦାସ। ୧୯ ବର୍ଷରୁ କମ୍ ଓଡ଼ିଶା ମହିଳା କ୍ରିକେଟ୍ ଦଳରେ ଟି-୨୦ ଏକ ଦିବସୀୟ ଦଳରେ ସେ ସ୍ଥାନ ପାଇଛନ୍ତି। ଓସିଏ ମନୋନୟନ କମିଟି ପକ୍ଷରୁ ୧୫ ଜଣିଆ ତାଲିକାରେ ଓଡ଼ିଶା ଦଳରୁ ଖେଳିବା ପାଇଁ ତାଙ୍କ ନାମ ଘୋଷଣା ହୋଇଛି। ଏନେଇ ସେ ବିସିସିଆଇର ୧୯ ବର୍ଷର କମ୍ ମହିଳା ଦଳର ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଅକ୍ଟୋବର ୧ ରୁ ବିଜୟୱାଡାରେ ଖେଳିବେ। ଫଳରେ ଚାନ୍ଦବାଲିର ଝିଅ ପୂଜାରାଣୀ ଦାସଙ୍କୁ ଚାନ୍ଦବାଲି ସ୍ପୋର୍ଟସ୍ ଏକାଡେମୀ ଶୁଭେଚ୍ଛା ଜ୍ଞାପନ କରିଛି। ପୂଜାରାଣୀଙ୍କର ପିଲାଟି ଦିନରୁ କ୍ରିକେଟ୍ ଖେଳ ପ୍ରତି ରହିଥିଲା ଅହେତୁକ ଦୁର୍ବଳତା। ତେଣୁ ତାଙ୍କ ପିତା କିଶୋର ଦାସଙ୍କ ପ୍ରତି ଅନୁପ୍ରାଣିତ ହୋଇ ଆରମ୍ଭ କରିଥିଲେ କ୍ରିକେଟ୍ ଖେଳ। ତାଙ୍କୁ ଓସିଏ ଚୟନ କରିବା ପରେ ଚାନ୍ଦବାଲି ସ୍ପୋର୍ଟସ୍ ଏକାଡେମୀର ସଂପାଦକ ମନୋଜ ମିଶ୍ର, ଜଗବନ୍ଧୁ ଦାସ, ରଘୁନାଥ ସାହୁ, ସୁଧୀର ମହାନ୍ତି, ଗୋପୀରାମ ଅଗ୍ରୱାଲ, ପ୍ରଫୁଲ୍ଲ ଦାସ, ଶିଶିର ଦାସ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।