ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ପରିବାର ତରଫରୁ ସମାଜ ମଙ୍ଗଳ ହୁଣ୍ଡିଦାନ ଭଦ୍ରକ ଶାଖା ରୁ ଅସହାୟ ଗରିବ କର୍କଟ ପୀଡ଼ିତ ପାଇଁ ସହାୟତା ମଠଡିହ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୮୮ ମସିହା ବ୍ୟାଚ୍ ତରଫରୁ ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ର ସଭାପତି ମିଥୁନ ଜେନାଙ୍କ ନେତୃତ୍ୱରେ ଓ ନବଜୀବନ ଫାଉଣ୍ଡେସନ ଓଡ଼ିଶା ଶାଖା ପକ୍ଷରୁ ୧୯୮୮ ବ୍ୟାଚ୍ ର ବନ୍ଧୁ ମାନେ କର୍କଟ ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରିଥିଲେ। ଏବଂ ଏଥିସହ ସମସ୍ତ ପୂର୍ବତନ ଶିକ୍ଷକ ମହେନ୍ଦ୍ର ପଣ୍ଡା,ରକ୍ଷାକର ବିଶ୍ୱାସ,ଦୟାନିଧି ମିଶ୍ର, ବୈକୁଣ୍ଠ ବିଶ୍ୱାଳ,ରାହାସ ବିହାରି ନାୟକ, କହ୍ନେଇ ଚରଣ ବିଳାସ,ଭାରିରଥି ନାୟକ,ଦୁର୍ଯ୍ୟଧନ ନାୟକ,ପ୍ରଧାନ ଶିକ୍ଷୟତ୍ରୀ ବନିତା ପୃଷ୍ଟି ସାମାଜିକ ପ୍ରମୁଖ ଅତିଥି ଏବଂ ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ । ସହଯୋଗ କର୍ମୀ ମାନସୀ ନାୟକ,ଦିଲ୍ଲୀପ ଶେଖର ନାୟକ,ଦୀପ୍ତି ରଞ୍ଜନ ବିଶ୍ୱାଳ,ଏଲିଲତା ନାୟକ, ଆକାଶ ଦାସ, ସଲେନ୍ଦ୍ର ନାୟକ,ମଧୁସ୍ମିତା ପଲାଇ,ଅକ୍ଷୟ ବାରିକ୍,ଦୀପକ ମଲ୍ଲିକ ଉପସ୍ଥିତ ରହି ସାହାଯ୍ୟ କରିଥିଲେ।