Odiapua.com

୧୯୮୫ ବ୍ୟାଚ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ଜାହାଙ୍ଗିରସ୍ଥିତ ଜନତା ଉଚ୍ଚ ବିଦ୍ୟାପୀଠର ୧୯୮୫ ବ୍ୟାଚ ମାଟ୍ରିକ ବିଦ୍ୟାର୍ଥୀ ମାନଙ୍କ ଚତୁର୍ଥ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ରାମେଶ୍ୱରପୁରସ୍ଥିତ ଦାଣ୍ଡି ପଡିଆ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଚିନ୍ତାମଣି ଜେନାଙ୍କ ସଭାପତିତ୍ୱରେ ସେବା ନିବୃତ ଶିକ୍ଷକ ଗୌରାଙ୍ଗ ଚରଣ ବାରିକ, ବିପିନ ବିହାରୀ ରାଉତ, ନିତ୍ୟାନନ୍ଦ ଘଡାଇ, ରାଧାଶ୍ୟାମ ବାରିକ, ବିଶ୍ୱନାଥ ମହାପାତ୍ର, ରବୀନ୍ଦ୍ର କୁମାର ବେହୁରିଆ, ଚକ୍ରଧର ସାହୁ, ଅକ୍ଷୟ କୁମାର ନାୟକ, ମନୋରମା ନାୟକ, ଅଭିରାମ ନାୟକ ପ୍ରମୁଖ ଯୋଗଦେଇ ପୁରାତନ ଛତ୍ରମାନେ ଗୁରୁଶିଷ୍ୟର ପରମ୍ପରା ବଜାଇ ରଖିଥିବାରୁ ଆଗାମୀ ପିଢି ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏହି ବ୍ୟାଚର ପତ୍ରିକା ସ୍ମୃତିଗୋଛ ଦ୍ୱିତୀୟ ସଂସ୍କରଣ ଉନ୍ମୋଚନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସୁବାସ ଚନ୍ଦ୍ର ରାଉତ, ମଧୁସୂଦନ ରାଉତ, କୃଷ୍ଣଚନ୍ଦ୍ର ବେହୁରିଆ, ବିଦ୍ୟାଧର ମହାନ୍ତି, ଚକ୍ରଧର ଜେନା, ପ୍ରଭାସ ଚନ୍ଦ୍ର ରାଉତ, ଯଶୋବନ୍ତ ପାତ୍ର, ଅରୂପ ରାଉତ, ଜ୍ୟୋତିମୟୀ ନାୟକ, ରୀତାରାଣୀ ପଣ୍ଡା, ପୁଷ୍ପାଞ୍ଜଳି ଦାସ, ରମାମଣି ସାହୁ, ଝରଣା ମହାନ୍ତି, ନୟନା ଭାଟ୍ରା, ପୁଷ୍ପଲତା ପଣ୍ଡା, ରାଧାରାଣୀ ବେହୁରିଆ, ସରୋଜିନୀ ନାୟକ, ସଂଜୁଲତା ନାୟକ, ସୁଷମା ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ର ଜୀବନରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୁରାତମ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିକ କରାଯାଇଥିଲା । ଶେଷରେ ଅଶୋକ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।