Odiapua.com

୧୯୭୦ ବ୍ୟାଚ୍‌ର ବନ୍ଧୁ ମିଳନ

କୋଲାବିରା, ୩।୧(ଓଡିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ସ୍ଥିତପଂଚାୟତ ସମିତି ହାଇସ୍କୁଲର ୧୯୭୦ ମେଟ୍ରିକ ବ୍ୟାଚ୍‌ର ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଘୁନାଥପାଲି ଅଯୋଧ୍ୟାନଗର ନିକଟସ୍ଥ ଶିବମନ୍ଦିର ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୁରଦୁରାନ୍ତରୁ ଆସିଥିବା ଉକ୍ତ ବ୍ୟାଚ୍‌ର ବନ୍ଧୁମାନେ ୪୯ ବର୍ଷର ସ୍ମୃତି ସହିତ ଏକତ୍ରୀତ ହୋଇ ଭାବବିହ୍ୱଳ ହୋଇପଡିଥିଲେ। ନିଜନିଜ ଭିତରେ ସ୍କୁଲ ସମୟର ଅନୁଭୂତିଗୁଡିକ ମନେଇ ପକେଇ କୁତୁକୁତୁ ହୋଇଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନର କାର୍ଯ୍ୟକ୍ରମ ବଜାୟ ରଖିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ବ୍ୟାଚର ଅଧ୍ୟୟର୍ନରତ ସମସ୍ତ ୩୧ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୧୭ଜଣ ଛାତ୍ର ଯୋଗ ଦେଇଥିଲେ। ଉକ୍ତ ବ୍ୟାଚରେ ଅଧ୍ୟୟନରତ ୩୧ ଜଣ ଛାତ୍ରଙ୍କ ମଧ୍ୟରୁ ଇତିମଧ୍ୟରେ ୧୨ ଜଣଙ୍କର ପରଲୋକ ହୋଇସାରିଛି। ସେମାନଙ୍କ ଦିବଙ୍ଗତ ଆତ୍ମାର ଶାନ୍ତି ନିମନ୍ତେ ପ୍ରଥମେ ୨ ମିନିତ ର ନିରବ ପ୍ରାର୍ଥନା କରାଯାଇଥିଲା। ବନ୍ଧୁମାନଙ୍କୁ ନେଇ ନବ ବର୍ଷ ଉପଲକ୍ଷେ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ଏହି କାଯ୍ୟକ୍ରମରେ ବନ୍ଧୁମାନେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜ୍ଞାପନ କରିବା ସହିତ ନୂତନ ବର୍ଷ ୨୦୨୦କୁ ସ୍ୱାଗତ ଜଣେଇ ସମାଜ କଲ୍ୟାଣ କାର୍ଯ୍ୟରେ ନିଜନିଜ ବ୍ୟକ୍ତିଗତ ସମୟରୁ କିଛି ସମୟ ନିୟୋଜିତ କରିବା ପାଇଁ ଶପଥ ନେଇଥିଲେ। ଏହା ସହିତ ମିଳିତ ଭାବରେ ଏକ ପାଣ୍ଠିର ବ୍ୟବସ୍ଥା କରାଯାଇ କ୍ୟକ୍ତିଗତ ଭାବରେ କିଛିକିଛି ଅର୍ଥ ସଂଗ୍ରହ କରି ସମାଜର ଦୁସ୍ଥ ଅସହାୟଙ୍କ ସହାୟତା କାର୍ଯ୍ୟରେ ଖର୍ଚ୍ଚ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଶିକ୍ଷକ ଚିନ୍ତାମଣୀ ପଟେଲ, କ୍ଷେତ୍ରମୋହନ ନାଏକ, ଅଭିମନ୍ୟୁ ପଟେଲ ଏବଂ ସଚିଦାବନନ୍ଦ ପାଢୀ ଙ୍କ ସମେତ ଚତୁର୍ଥଶ୍ରେଣୀ କର୍ମଚାରୀ ଅର୍ଜୁନ ବଗାର ଏବଂ ଶଙ୍କର ବୁଦୁଲାଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ର ଅନନ୍ତରାମ ସାହୁ, ତୁଲେଶ୍ୱର ପଟେଲ, ଡମ୍ବରୁଧର ନାଏକ, ରୁପାନନ୍ଦ ପଟେଲ, ବିନୋଦ ବିହାରୀ ନାଏକ, ଡୋଲାମଣୀ ପଧାନ, ହୃଦାନନ୍ଦ ମିଶ୍ର, ଗୋଲାପ ଚନ୍ଦ୍ର ପଟେଲ.ଟିକେଶ୍ୱର ସରାଫ, ଜୟନ୍ତ ହୋତା, ଗୈାରାଙ୍ଗ ନାଏକ, ଧନୁର୍ଯ୍ୟ ପ୍ରଧାନ, ସାଧୁ ଚରଣ ପଧାନ, ଘନଶ୍ୟାମ ପଟେଲ, ସିତାରାମ ନାଏକ, ହରିଶ୍ଚନ୍ଦ୍ର ପଟେଲ, ତେଜରାଜ ସାହୁ, ସୁବାଷ ପଧାନ ପ୍ରମୁଖ ଉପସ୍ଥିତ ରହି ବନ୍ଧୁ ମିଳନର ସ୍ୱାଦ ଉପଭୋଗ କରିଥିଲେ।ଏହି ବ୍ୟାଚ୍ ଅବସରପ୍ରାପ୍ତ ପୈାରପାଲିକାର ମୁଖ୍ୟ କିରାଣି ଡମ୍ବରୁଧର ନାଏକଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଆସୁଥିବାରୁ ସମସ୍ତେ ତାଙ୍କୁ ହୃଦୟର ସହିତ ଧନ୍ୟବାଦର ପାତ୍ର ବୋଲି ଅଭିହିତ କରିଥିଲେ।