Odiapua.com

୧୯ଟି ଜିଲ୍ଲାରେ ବିଜୁଳି ମହୋତ୍ସବ ପାଳନ ପାଇଁ ଏନଟିପିସିର ପ୍ରସ୍ତୁତି

ତାଳଚେର, ୨୫/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ଭାରତ ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବାପାଇଁ ‘ଆଜାଦି କି ଅମୃତ ମହୋତ୍ସବ’ ର ଏକ ଅଂଶ ଭାବରେ ରାଜ୍ୟ ସରକାରଙ୍କର ସହଯୋଗରେ ଶକ୍ତି ମନ୍ତ୍ରଣାଳୟ ଜୁଲାଇ ମାସର ଶେଷ ସପ୍ତାହରେ ଓଡ଼ିଶାର ୩୦ଟି ଜିଲ୍ଲାରେ ‘ବିଜୁଳି ମହୋତ୍ସବ’ର ଆୟୋଜନ କରିବାକୁ ଯାଉଛି। ଏକ ସପ୍ତାହବ୍ୟାପି ସାରା ଦେଶରେ ହେବାକୁ ଥିବା କାର୍ଯ୍ୟକ୍ରମ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟ-ଶକ୍ତିଅ୨୦୪୭ ଅଧିନରେ ପାଳନ କରାଯିବ। ବିଦ୍ୟୁତ ବିଭାଗର ପ୍ରମୁଖ ସଫଳତାକୁ ଲୋକଲୋଚନକୁ ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗକୁ ପାଳନ କରିବାପାଇଁ ବିଜୁଳି ମହୋତ୍ସବ ଏକ ପ୍ଲାଟଫର୍ମ। ସାଧାରଣ ଜନତାଙ୍କୁ ଶକ୍ତିର ମହତ୍ୱ ଊପରେ ଶିକ୍ଷା ଦେବା ଏବଂ ସମ୍ବେଦନଶୀଳ କରିବା ତଥା ସ୍ୱାଧୀନତା ପରଠାରୁ ବିଦ୍ୟୁତ କ୍ଷେତରେ ଅଗ୍ରଗତି ତଥା ଦେଶରେ ଶକ୍ତି ସୁରକ୍ଷା ପାଇଁ ଭବିଷ୍ୟତ ପାଠ୍ୟକ୍ରମ, ଚଳଚିତ୍ର ସ୍କ୍ରିନିଂ, ପଥପ୍ରାନ୍ତ ନାଟକ ଏବଂ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଆଲୋକପାତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ସରକାର ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ତଥା ମାର୍ଗଦର୍ଶନରେ ଏନଟିପିସି ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ୧୯ଟି ଜିଲ୍ଲାରେ ମିଳିତ ଭାବେ ଏହାକୁ ଆୟୋଜନ କରିବାପାଇଁ ପ୍ରସ୍ତୁତି ଚଳାଇଛି। ଏହି ଉତ୍ସବ ପାଳନ ପାଇଁ ପ୍ରତ୍ୟେକ ଜିଲ୍ଲାର ୨ଟି ସ୍ଥାନ ଚୁଡ଼ାନ୍ତ ହୋଇଛି।