Odiapua.com

୧୬ କେଜି ଓଜନର ଅଜଗର ଉଦ୍ଧାର

କୁଚିଣ୍ଡା,୦୭/୦୯,(ଓଡ଼ିଆ ପୁଅ ପି ନାଏକ): କୁଚିଣ୍ଡା ସହରରୁ  ଉଦ୍ଧାର ହୋଇଛି  ୧୬ କେଜି ଓଜନ ଆଠ ଫୁଟ ଛଅ ଇଞ୍ଚର ଅଜଗର ସାପ  । ଓ୍ୱାର୍ଡ଼ ନଂ ୯ ସର୍ଦ୍ଦା ସାଗର ପୋଖରୀ ହୁଡାରେ ରହିଥିବା ପ୍ରଦୀପଙ୍କ ଘର ଭିତରୁ ଏହି ଅଜଗର ସାପ ଉଦ୍ଧାର କରାଯାଇଛି ।  କୁଚିଣ୍ଡା ବନ୍ୟ ପଶୁ ସଂରକ୍ଷଣ ବିଭାଗ ଏହାକୁ ନିକଟସ୍ଥ ଲଇଡାଗୁନା ଜଙ୍ଗଲରେ ଛାଡିଛନ୍ତି।ଅଜଗର ସାପଟି କୁକୁଡା ଖାଇବାକୁ ଆସିଥିବା ସମୟରେ ସାପଟିକୁ ଦେଖି ବନ୍ୟ ପଶୁ ସଂରକ୍ଷଣ  ବିଭାଗକୁ ଜଣାଇବାପରେ ବିଭାଗର ଫରେଷ୍ଟର କୁଶଳୀ ସାପଧରାଳିଙ୍କ ସହାୟତାରେ ଏହାକୁ ଉଦ୍ଧାର କରିଥିଲେ। ସହର ଭିତରେ ଅଜଗର ଉଦ୍ଧାର ଏକ ଆଲୋଚନାର ବିଷୟ ହୋଇଛି।