Odiapua.com

୧୬୦ ଫୁଟ ଉଚ୍ଚରେ ଉଡିଲେ ଯୁବକ

ତାମିଲନାଡୁ,୨୧/୦୮,(ଓଡ଼ିଆ ପୁଅ /ପି ନାଏକ): ଏବେ ସୋସିଆଲ ମିଡିଆରେ ଏକ ମେସେଜ୍‌ ଭାଇରାଲ ହେଉଉଛି। ଏଥିରେ ଜଣେ ଯୁବକଙ୍କୁ ଆକାଶରେ ଉଡୁଥିବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ଆବଣ ଭାବୁଥିବେ ଆକାଶରେ ଉଡିଲେ ତ କଣ ବଡ କଥା ହେଇଗଲା ଆକାଶଛତା ସାହାଯ୍ୟରେ କିମ୍ବା ଅନ୍ୟ କୌଣସି ଉପାୟରେ ମଧ୍ୟ ଉଡିପାରନ୍ତି। କିନ୍ତୁ ଆମେ ଏଠି ଏମିତି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବିନା ସପୋର୍ଟରେ ଆରାମରେ ୧୬୦ ଫୁଟ ଉଚ୍ଚରେ ଆକାଶରେ ଉଡି ଦେଖାଇଛନ୍ତି। ଏହାଦେଖି ବୈଜ୍ଞାନିକ ମାନେ ମଧ୍ୟ ଦ୍ୱନ୍ଦରେ ପଡିଯାଇଛନ୍ତି।

ଆମେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯୁବକ ଜଣକ ଯୋଗ ସାହାଯ୍ୟରେ ବହୁତ ଉଚ୍ଚରେ ଉଡିବାର ପାରଦର୍ଶିତା ଦେଖାଇଛନ୍ତି। ପୂର୍ବରୁ ଆମେ ପୁସ୍ତକରେ ପଢ଼ିଥିଲେ ଯୋଗ ବଳରେ ସ୍ୱାମୀ ରମକ୍ରୁଷ୍ଣ ପରମଂହସ ନଦୀ ଜଳର ସ୍ରୋତ ଉପରେ ଚାଲି ନଦୀ ପାର କରିଥିଲେ।

ଯୋଗକ୍ରିୟା ବଳରେ ଶରୀରର ସମ୍ପୂର୍ଣ୍ଣ ଭାରକୁ ଉପରୁ ଅଟକାଇ ଦେଉଥିଲେ ଏବଂ ଜଳସ୍ତରରେ ଶରୀରର କୌଣସି ଭାରର ପ୍ରଭାବ ପଡୁନଥିଲା। ଏହି ଯୋଗକ୍ରିୟାକୁ ଦେଖି ଇଂରେଜମାନେ ମଧ୍ୟ ମାଟି କାମୁଡି ଦେଇଥିଲେ। ଆଜି କିଛି ଏମିତି ପ୍ରକାରର ଅଦ୍ଭୁତ ଘଟଣା ତାମିଲନାଡୁର କୋୟମ୍ବଟୁରରେ ଘଟିଛି, ଯାହାକୁ ଶହ ଶହ ଲୋକ ଭିଡିଓ ବନାଇଛନ୍ତି। ଏହି ଯୋଗକ୍ରିୟାର ରହସ୍ୟ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ଅସମର୍ଥ ଅଛନ୍ତି।