Odiapua.com

୧୫ ରୁ ୧୮ ବର୍ଷ କିଶୋରକିଶୋରୀମାନଙ୍କ କୋଭିଡ୍ ଟୀକାକରଣ ପାଇଁ ମାର୍ଗଦର୍ଶିକା

ଭୁବନେଶ୍ୱର ୫ -୧ (ଓଡ଼ିଆ ପୁଅ) ରାଜ୍ୟରେ ୧୫ ରୁ ୧୮ ବର୍ଷ କିଶୋରକିଶୋରୀମାନଙ୍କ କୋଭିଡ୍ ଟୀକାକରଣ ପାଇଁ ମାର୍ଗଦର୍ଶିକା ଜାରୀ କରିଛି ସ୍ୱାସ୍ଥ୍ୟ ବିଭାଗ।

ଟୀକାକରଣ ପାଇଁ ଯୋଗ୍ୟତା
୧୫ ରୁ ୧୮ ବର୍ଷ ମଧ୍ୟରେ ଥିବା ସମସ୍ତ ପିଲା ( ୨୦୦୭ ମସିହା କିମ୍ବା ତା’ ପୂର୍ବରୁ ଜନ୍ମ)

ପଞ୍ଜିକରଣ ଉପାୟ : କୋ-ୱିନ୍ ପୋର୍ଟାଲ୍‌ରେ ପଞ୍ଜିକୃତ ଥିବା ଆକାଉଣ୍ଟ ଦ୍ଵାରା କିମ୍ବା (https://selfregistration.cowin.gov.in/) ରେ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗଇନ୍ କରି ଟୀକା ପାଇଁ ପଞ୍ଜିକରଣ କରନ୍ତୁ କିମ୍ବା ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ରକୁ ଯାଇ ପଞ୍ଜିକରଣ କରନ୍ତୁ।

ପଞ୍ଜିକରଣ ପାଇଁ ଆବଶ୍ୟକ ପରିଚୟପତ୍ର

(ନିମ୍ନ ପ୍ରଦତ୍ତ ମଧ୍ୟରୁ କୌଣସି ଗୋଟିଏ)।

୧. ଷ୍ଟୁଡେଣ୍ଟ ଆଇ କାର୍ଡ

୨. ଆଧାର କାର୍ଡ

୩. ଡ୍ରାଇଭିଂ ଲାଇସେନ୍ସ

୪. ପ୍ୟାନ କାର୍ଡ

୫. ପାସ୍‌ପୋର୍ଟ

୬. ପେନ୍ସନ୍ ପାସ୍‌ବୁକ୍

୭. NPR ସ୍ମାର୍ଟ କାର୍ଡ

୮. ଭୋଟର କାର୍ଡ

୯. ଫଟୋଥିବା ଭିନ୍ନକ୍ଷମ ସାର୍ଟିଫିକେଟ୍ UDID କାର୍ଡ

୧୦. ଫଟୋଥିବା ଖାଉଟି ପରିଚୟ ପତ୍ର

ଟୀକାକରଣ ସାର୍ଟିଫିକେଟ୍ ପାଇବାର ବିଧି

– (https://selfregistration.cowin.gov.in/) ରେ ଲଗଇନ୍ କରି ଟୀକାକରଣ ସାର୍ଟିଫିକେଟ୍ ଡାଉଲୋଡ୍ କରାଯାଇ ପାରିବେ।

ଟୀକାର ନାମ

– ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ କେବଳ କୋଭାକ୍ସିନ୍ ଟୀକାକୁ ଅନୁମୋଦନ କରାଯାଇଛି। ଦୁଇ ଡୋଜ୍ ଟୀକା ମଧ୍ୟରେ ବ୍ୟବଧାନ – ୧ମ ଡୋଜ୍ ଟୀକା ନେବାର ୪ ରୁ ୬ ସପ୍ତାହ ମଧ୍ୟରେ ୨ ୟ ଡୋଜ୍ ନିଆଯାଇ ପାରିବ।

ଟୀକାକରଣ ପରବର୍ତ୍ତୀ ପାର୍ଶ୍ୱ ପ୍ରତିକ୍ରିୟା

ଟୀକା ନେବା ପରେ ଇଂଜେସନ୍ ନେବା ସ୍ଥାନରେ ସାମାନ୍ୟ ବ୍ୟଥା କିମ୍ବା ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଜ୍ବର, ଦେହ ଘୋଳାବିନ୍ଧା, ପେଟ ଯନ୍ତ୍ରଣା, ବାନ୍ତି ଲାଗିବା ଭଳି ସାମାନ୍ୟ ପ୍ରତିକ୍ରିୟା ଦେଖାଯାଇ ପାରେ। ତେବେ ଏଭଳି କ୍ଷେତ୍ରରେ ବିଚଳିତ ନହୋଇ ନିକଟସ୍ଥ ଆଶା, ସ୍ଵାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ କେନ୍ଦ୍ର ସହ ପରାମର୍ଶ କରନ୍ତୁ।

(ଟୀକା ନେବାପରେ ମଧ୍ୟ କୋଭିଡ୍ ପ୍ରତିରୋଧ ନିୟମ ମାନି ଚଳନ୍ତୁ )