Odiapua.com

୧୫ ତାରିଖରୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସିଂହଦ୍ୱାର ସମ୍ମୁଖରେ ପାଣ୍ଠି ସଂଗ୍ରହ କରାଯିବ

ପୁରୀ, ୦୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଚଳିତ ମାସ ୧୫ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମୀଳନୀରେ ସୂଚନା ମିଳିଛି। ପୁରୀ ଜିଲ୍ଲା ଶ୍ରୀରାମ ଜନ୍ମ ଭୂମି ମନ୍ଦିର ନିଧି ସମର୍ପଣ ସମିତି ଗତ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ସମିତି ପକ୍ଷରୁ ଆସନ୍ତା ୧୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୪ଲକ୍ଷ ଗ୍ରାମ ଓ ୧୧ କୋଟି ଲୋକଙ୍କ ପାଖକୁ ଯାଇ ପାଣ୍ଠି ସଂଗ୍ରହ କରାଯିବ ବୋଲି ଅଭିଯାନର ମୁଖ୍ୟ ପଣ୍ଡିତ ମହେଶ ସାହୁ ସୂଚନା ଦେଇଛନ୍ତି।