Odiapua.com

୧୫ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୩ ଗିରଫ

ପୁରୀ, ୨୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ହରେକୃଷ୍ଣ ପୁରରୁ ମଙ୍ଗଳାହାଟ ଆଡକୁ ଆସୁଥିବା ବାଇକରେ ଆସୁଥିବା ଯୁବକଙ୍କୁ ସନ୍ଦେହ କରି ବାସେଳୀ ସାହି ଥାନା ଗାଡି ଅଟକ କରି ତଦନ୍ତ କରୁଥିବା ବେଳେ ଗାଡିରୁ ଏକ ପଲିଥିନ ଗୁଡା ହୋଇଥିବା ବ୍ରାଉନ ସୁଗାର ଜବତ କରିଥିଲେ। ଏହି ବ୍ରାଉନ ସୁଗାରର ଓଜନ ୧୫ ଗ୍ରାମ। ପୁଲିସ ଅଭିଯୁକ୍ତ ୩ ଜଣ ନୃସିଂହ ମଲ୍ଲିକ, ଜୟନ୍ତୀ ଭୋଇ, ସନ୍ତୋସ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୫୧୦୦ ଟଙ୍କା ଗୋଟିଏ ମୋବାଇଲ ଓ ଗୋଟିଏ କେଟିଏମ ବାଇକ ଜବତ କରିଛନ୍ତି।