Odiapua.com

୧୫ ଗ୍ରାମ ବ୍ରାଉନ୍ ସୁଗାର ଜବତ ଜଣେ କୋର୍ଟ ଚାଲାଣ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୯- ସାରା ରାଜ୍ୟ ରେ ବ୍ରାଉନ୍ ସୁଗାର କାରବାର କୁ ରୋକିବା ପାଇଁ ଜେତେ ଚେଷ୍ଟା କଲେ ବି କାରବାର ବନ୍ଦ ହେଉନାହିଁ । ବ୍ରାଉନ୍ ସୁଗାର କାରବାର ର ମୂଳ ଜାଗା ରେ ପୋଲିସ ପହଂଚି ପରୁନାହିଁ । ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳ ରେ ବ୍ରାଉନ୍ ସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ରଣପୁର ଥାନା ପୋଲିସ ଓ ନୟାଗଡ ସ୍ୱତନ୍ତ୍ର ପୋଲିସ ଫୋର୍ସ ମିଳିତ ଭାବେ ଚଢାଉ କରି ଗୋପାଳପୁର ନିକଟ ଏକ ପ୍ରେଟୋଲ ପମ୍ପ ଠାରୁ ୧୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ବ୍ରାଉନ୍ ସୁଗାର କାରବାର କରିବା ଅଭିଯୋଗ ରେ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଗିରଫ ଯୁବକ ଜଣଙ୍କ ହେଉଛନ୍ତି । ମୟୁରଝାଲିଆ ଗ୍ରାମ ର ପ୍ରମୋଦ କୁମାର ମହୁତ  ।  ଜବତ ବ୍ରାଉନ୍ ସୁଗାର ର ମୂଲ୍ୟ ଡେଢ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଠାରୁ ସୂଚନା ମିଳିଛି । ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ତଦନ୍ତ ଭାର ନିଜେ ନେଇ ବ୍ରାଉନ୍ ସୁଗାର ମୂଳ ପେଣ୍ଠ ରେ ପହଂଚିବା ପାଇଁ ଚେଷ୍ଟା ଚଲେଇଥିବା ସୂଚନା ମିଳିଛି ।