ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନଦାସଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ ଭଦ୍ରକ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ନଳାଙ୍ଗ ଛକ ନିକଟରେ ଚଢାଉ କରି ୨ ଜଣ ବାଇକ୍ ଆରୋହୀଙ୍କ ଠାରୁ ୧୫ କେଜି ଗଂଜେଇ ଜବତ କରି ସେମାନଙ୍କୁ ଗିରଫ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ସ୍ୱତନ୍ତ୍ର ଟିମ୍ ନଳାଙ୍ଗ ଛକ ନିକଟରେ ଏକ ହୋଣ୍ଡା ୟୁନକନ୍ ମୋଟର ସାଇକେଲ୍ (ଯାହାର ନଂ ଓଡି-୨୨କ୍ୟୁ-୪୨୩୯) କୁ ସନ୍ଦେହରେ ଅଟକାଇଥିଲେ । ଏହି ବାଇକ୍ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ନଳାଙ୍ଗ ଗ୍ରାମର ସୁକାନ୍ତ ଚୌଧୁରୀ ଓ ଆର.ଏନ. ବେତରା ଗ୍ରାମର ରତ୍ନାକର ପଣ୍ଡାଙ୍କ ଠାରୁ ୧୫ କେଜି ଗଂଜେଇ ଥିବା ଏକ ବସ୍ତା ଯାହାର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ, ତାହାକୁ ଜବତ କରିଥିଲେ । ଏହି ଚଢାଉରେ ଏସ୍ଆଇ ବ୍ରଜମୋହନ ମଲ୍ଲିକ, ଏଏସ୍ଆଇ ଭବେଶ ଦାସ,ଦୀପକ ରାଉତ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ରମେଶ ନାୟକ, ଅଜିତ୍ କୁମାର ସିଙ୍କୁ, ମିଥୁନ ଜେନା, ରଶ୍ମିରେଖା ଜେନା, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ । ଏହି ଘଟଣାରେ ଅବକାରୀ ବିଭାଗ କେଶ୍ ନଂ ୧୧/୨୦୨୧-୨୨ ମୂଳେ ଏକ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।