Odiapua.com

୧୫୦ ଟି କେନ୍ଦୁ ଗଛ ଗଣ୍ଡି ସହ ଦୁଇଟି ଟ୍ରାକ୍ଟର ଜବତ କଲା ବନବିଭାଗ

ବଲାଙ୍ଗୀର, ୧୮-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ରେଞ୍ଜ ଅଧିନସ୍ଥ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଅଞ୍ଚଳ ର ଶାନ୍ତିନଗର ନାମକ ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ ଗଣ୍ଡି ସମେତ ୨ଟି ଟ୍ରାକ୍ଟର ଜବତ କରିଛି ବନ ବିଭାଗ। ହେଲେ ଏହି ବନ ମାଫିଆ କିଏ ଓ ଗାଡି କାହାର ଏପର୍ୟ୍ୟନ୍ତ ଜଣାପଡି ନାହିଁ।ବଲାଙ୍ଗିର ବନ ବିଭାଗ ଡ଼ିଏଫଓ ସମୀର ଶତପଥିଙ୍କ ନେତୃତ୍ୱରେ ରେଞ୍ଜର ବିଜୟ ଖୁଣ୍ଟିଆ, ପ୍ରଶାନ୍ତ ନାଏକ ସମେତ ଟିକ୍ରା ପଡା, ମୁରିବାହାଲ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇ ଚଢ଼ାଉରେ ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବେଧଡ଼କ ଭାବେ କାଠର ଚୋରା ଚାଲାଣ ହୋଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଜିଲ୍ଲା ରେ ବ୍ୟାପକ ବୃକ୍ଷରୋପଣ ନେଇ କେବଳ କାଗଜ, କଲମ ରେ କାର୍ଯ୍ୟ ସମ୍ପାଦନ କରିବା ପରି ଅଭିଯୋଗ ବାରମ୍ବାର ହୋଇଆସୁଛି।