Odiapua.com

୧୪ ବିଧାୟକ ଅଯୋଗ୍ୟ ଘୋଷିତ

କର୍ଣ୍ଣାଟକ, ୨୮/୭(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଥମୁନି କର୍ଣ୍ଣାଟକ ନାଟକ। କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ପୁଣି ମୋଡ ବଦଳାଉଛି। ଆଉ ଏହାରି ଭିତରେ ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତେବେ ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକମାନେ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେନି।

୨୦୨୩ ମଧ୍ୟରେ ଏହି ୧୪ ଜଣ ବିଧାୟକ ଆଉ ନିର୍ବାଚନ ଲଢିପାରିବେନି। ଏଥି ମଧ୍ୟରେ କଂଗ୍ରେସର ୧୧ ଓ ଜେଡିଏସ୍‌ର ୩ ବିଧାୟକ ଅଯୋଗ୍ୟ ଥିବା ସୂଚନା ମିଳିଛି।

ପୂର୍ବରୁ କଂଗ୍ରେସର ୨, ଜଣେ ସ୍ୱାଧୀନ ବିଧାୟକ ଅଯୋଗ୍ୟ ହୋଇଥିଲେ। ଏବେ ଆଉ ୧୧ ଜଣ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ୪ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ଅଯୋଗ୍ୟ ବିଧାୟକ। ତେବେ ଆସନ୍ତାକାଲି ସେ ଆସ୍ଥା ଭୋଟ ଲଢ଼ିବାର ସମ୍ଭାବନା ରହିଥିବା ବେଳେ ଏହା ପୂର୍ବରୁ ବାଚସ୍ପତି ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।