ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର କରଣି ଗୁଣୁପୁର ଗ୍ରାମ ଜଳଣ୍ଡୁଆର୧୪ ବୟସ ପୁଅ ନବମ ଶ୍ରେଣୀ ସୁଶାନ୍ତ ପଣ୍ଡା ୩ ତାରିଖ ୫ ଘଟିକା ସମୟ ରେ ସେହି ଗ୍ରାମ ରେ ଟିୟୁସନ ଯାଇଥିବା ସମୟ ରେ ନିଖୋଜ ହୋଇଯାଇଛି ବୋଲି ତାଙ୍କ ମାଁ ମନୋରମା ପଣ୍ଡା ଥାନା ରେ ଅଭିଯୋଗ କରିଥିଲେ। ପୁଅ ନ ମିଳିବାରୁ ଆଜି ଭଦ୍ରକ ଏସପି ଙ୍କ ପାଖରେ ପିତା ମାତାଙ୍କ ସମେତ ପରିବାର ବର୍ଗ ଫେରାଦ ହୋଇଛନ୍ତି। ଘଟଣା ରୁ ଜଣାପଡିଛି କରଣି ଗୁଣୁପୁର ଗ୍ରାମ ଜଳଣ୍ଡୁଆ ଗ୍ରାମ ର ମହେନ୍ଦ୍ର ପଣ୍ଡା ଙ୍କ ପୁତ୍ର ସୁଶାନ୍ତ ପଣ୍ଡା ରବିବାର ସନ୍ଧ୍ୟା ପାଂଚ ଘଟିକା ସମୟ ରେ ଟିୟୁସନ ଯାଇଥିବା ସମୟ ରେ ଆଉ ଘର କୁ ଫେରି ନଥିବା ରୁ ମନୋରମା ପଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାଟି ତିନିଦିନ ବିତିଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନ ନେବାରୁ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସପି ଘଟଣା କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।