Odiapua.com

୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ନିଜ ଖର୍ଚ୍ଚରେ ଘରକୁ ଫେରିବା ନେଇ ପ୍ରବାସୀଙ୍କ ଚିନ୍ତା

କେନ୍ଦ୍ରାପଡ଼ା ୨୪/୫ (ଓଡ଼ିଆ ପୁଅ) – ସୁଦୂର ହାଇଦ୍ରାବାଦରୁ ୪ହଜାର ଟଙ୍କା ବସଭଡା ଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଫେରିଥିବା ଆଳି ବ୍ଲକର ୪୦ଜଣ ପ୍ରବାସୀ ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗରସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରେ ରହିବା ୧୪ଦିନ ଅତ୍ରିକ୍ରମ କରିଥିବା ବେଳେ ସେମାନଙ୍କୁ ଏକ ଫର୍ମ ଦିଆଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ସେମାନେ ନିଜ ଖର୍ଚ୍ଚରେ ଘରକୁ ଫେରି ଆଉ ୭ଦିନ ନିଜ ଘରେ ସଙ୍ଗରୋଧ ଭାବେ ରହିବେ। ସେକ ମୁକ୍ତାର ନାମକ ପ୍ରବାସୀ ଟେଲିଫୋନ ଯୋଗେ କୁହନ୍ତି ଯେ ସେମାନଙ୍କ ପାଖରେ ଏବେ ଅର୍ଥ ନଥିବା ବେଳେ ସେମାନେ କେମିତି ନିଜ ଖର୍ଚ୍ଚରେ ଘରକୁ ଫେରିବେ ବୋଲି। ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମତାମତ ନେବାରେ ଶ୍ରୀ ବର୍ମା କୁହନ୍ତି ଯେ ସମସ୍ତ ପ୍ରବାସୀଙ୍କୁ ସରକାରୀ ଖର୍ଚ୍ଚରେ ଘରକୁ ପଠାଇବା ସମ୍ଭବ ନୁହେଁ। କିନ୍ତୁ କେତେକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତାହା ବିଚାର କରିପାରେ ବୋଲି ଜିଲ୍ଲାପାଳ କହିଛନ୍ତି।

/ଚିତ୍ତରଞ୍ଜନ ଦାସ