Odiapua.com

୧୪ରେ କୃଷକ ସଂଘର୍ଷ ସମିତିର ବିକ୍ଷୋଭ

ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ କୃଷକ ଆନ୍ଦୋଳନକୁ ସମର୍ଥନ ଦେଇ ଆସନ୍ତା ୧୪ ତାରିଖ ଦିନ ଜିଲାମୁଖ୍ୟ ଦପ୍ତରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କୃଷକ ସଂଘର୍ଷ ସମିତି ପକ୍ଷରୁ ଆୟୋଜିତ ଏକ ବୈଠକରେ ନିଷ୍ପତି ନିଆଯାଇଛି। ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିପିଆଇ (ଏମ୍‌)ର ଜିଲା ସମ୍ପାଦକ ଶିଶିର ହୁଇ, ସିପିଆଇର ଜିଲା ସହ ସମ୍ପାଦକ ଭାଗବତ ପାଣିଗ୍ରାହୀ, ଜାତୀୟ କଂଗ୍ରେସ ଦଳ ତରଫରୁ ବିକାଶ ଦାସ, ଚାଷୀ ଏକତା ମଞ୍ଚର ଆବାହକ ଅରୁଣ ଜେନା, ନବ ନିର୍ମାଣ କୃଷକ ସଂଘର ଜିଲ୍ଲା ଆବାହକ ଚନ୍ଦନ କୁମାର ରାଉତଙ୍କ ସମେତ ନିର୍ମଳ ନାୟକ, ରାଜିକିଶୋର ଲେଙ୍କା, ବିଜୟ ପାତ୍ର, ଶ୍ୟାମସୁନ୍ଦର ଜେନା, ଜୀବନକୃଷ୍ଣ ବାରିକ, ପ୍ରଦୀପ ଦାସ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁ ତୀବ୍ର ସମାଲୋଚନା କରିବା ସହିତ ପଞ୍ଜାବ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ବିଶେଷ କରି ସିପିଆଇ, ସିପିଏମ୍ ଓ କଂଗ୍ରେସ ଦଳ ସହ ଅନୁବନ୍ଧିତ କୃଷକ ସଂଗଠନ, ନବ ନିର୍ମାଣ କୃଷକ ସଂଗଠନ ଏବଂ ଚାଷୀ ଏକତା ମଞ୍ଚର ପ୍ରତିନିଧିଙ୍କ ସମେତ ସାଧାରଣ ଜନତା ଏଥିରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି। ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ।