Odiapua.com

୧୪ଦଫା ଦାବି ପୂରଣ ନେଇ ଅଲ୍ ଓଡ଼ିଶା ମିଟର ରିଡର ସଂଘର ଧାରଣା

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନର ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମିଟର ରିଡର ଓ ବିଲ୍ କଲେକ୍ସନ କର୍ମଚାରୀମାନେ ୧୪ଦଫା ଦାବି ନେଇ ଭଦ୍ରକ ନର୍ଥ ଇଲେକ୍ଟ୍ରିକାଲ ଡିଭିଜନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମିଟର ରିଡ଼ର ମାନଙ୍କୁ ପେଇସି ରେଟ ହାରରେ ମଜୁରି ପରିବର୍ତ୍ତେ, ଓଡିଶା ସରକାରଙ୍କର ଶ୍ରମ ବିଭାଗର ଗେଜେଟ୍ ନୋଟିଫିକେସନ୍ ନଂ.୨୫୨/୨୦୦୭ ଅନୁଯାୟୀ, କୁଶଳୀ ଶ୍ରମିକ ଭାବରେ ଦରମା ପ୍ରଦାନ କରିବା, ମିଟର ରିଡ଼ର ମାନଙ୍କୁ ସେମାନଙ୍କ ନିଯୁକ୍ତି ଦିନଠାରୁ ସର୍ବନିମ୍ନ ମଜୁରୀରେ ବକେୟା ପ୍ରାପ୍ୟ ପ୍ରଦାନ କରିବା, ମିଟର ରିଡର ମାନଙ୍କୁ ବୋନସ୍ ପ୍ରଦାନ କରିବା, ମିଟର ରିଡର ମାନଙ୍କୁ କେବଳ ରିଡିଂ କାର୍ଯ୍ୟରେ ନିୟୋଜିତ କରିବା, ମିଟର ରିଡର ମାନଙ୍କୁ ଯଦି ରିଡିଂ ଓ କଲେକ୍ସନ କାର୍ଯ୍ୟ ଉଭୟ କାର୍ଯ୍ୟରେ ନିୟୋଜିତ କରିବେ ତାହାହେଲେ ଦ୍ୱିତୀୟ କାର୍ଯ୍ୟ ପାଇଁ ଅଧିକ ଦରମା ପ୍ରଦାନ କରିବା, ଶ୍ରମ ଆଇନ ଅନୁଯାୟୀ ମିଟର ରିଡ୍‌ର ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ତଥା ସେହି ଅନୁଯାୟୀ ସୁବିଧା ସୁଯୋଗ ଗୁଡିକୁ ପ୍ରଦାନ କରିବା, ସର୍ବନିମ୍ନ ମଜୁରୀ ପ୍ରଦାନ ପାଇଁ ଆନ୍ଦୋଳନରତ ଶ୍ରମିକ ମାନଙ୍କୁ ଯେଉଁ ବେଆଇନ ଛଟେଇ କରାଯାଇଛି, ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ମିଟର ରିଡର ମାନଙ୍କର ଇପିଏଫ ଏବଂ ଇଏସଆଇ ଠିକ୍ ଭାବରେ ପୈଠ କରିବା, ମିଟର ରିଡ୍‌ର ମାନଙ୍କୁ ଟିପିଏନଓଡିଏଲ ଅଧିକାରୀ ମାନଙ୍କ ଦ୍ୱାରା ଦିଆଯାଉଥିବା ଧମକକୁ ତୁରନ୍ତ ବନ୍ଦ କରିବା, ମିଟର ରିଡ଼ର ମାନଙ୍କୁ ତୁରନ୍ତ ପରିଚୟ ପତ୍ର, ନିଯୁକ୍ତି ପତ୍ର ଏବଂ ପ୍ରତିମାସରେ ୱେଜ ସ୍ଲିପ୍ ପ୍ରଦାନ କରିବା, ଏଜେନ୍ସି ତଥା ଟିପିଏନଓଡିଏଲ ଅଧିକାରୀଙ୍କ ତରଫରୁ ସଂଘରେ ଥିବା ସଦସ୍ୟମାନଙ୍କୁ ବେଆଇନ୍ ଧମକ୍ କୁ ତୁରନ୍ତି ବନ୍ଦ କରିବା ପ୍ରମୁଖ ଦାବି ଗୁଡିକ ତୁରନ୍ତ ପୁରଣ କରିବା ପାଇ ସଂଘ ସଦସ୍ୟ ମାନେ ଧାରଣାରେ ବସିଛନ୍ତି । ଏଥିରେ ଗୌତମ କୁମାର ବାରିକ, ଜୟପାନ ପାଢ଼ୀ, ରଣଜିତ ପତି, ମାୟାଧର ନାୟକ, ଅରବିନ୍ଦ ଦାସ, ସୁଶାନ୍ତ ସନ୍ଧିବିଗ୍ରହ, ବିଶ୍ୱନାଥ ମିଶ୍ର, ବସନ୍ତ ମଲ୍ଲିକ, ବଳଦେବ ବେହେରା, ରମାକାନ୍ତ ପରିଡା, ସରୋଜ ଜେନା, ପ୍ରଦୀପ କୁମାର ମହାପାତ୍ର, ରମାକାନ୍ତ ପରିଡା, ସରୋଜ ଜେନା, ପ୍ରଦୀପ କୁମାର ମହାପାତ୍ର, ସୁମନ ବଲ୍ଲଭ ମହାପାତ୍ର, ପ୍ରମୋଦ କୁମାର ସାହୁ, ହିମାଂଶୁ ଆଚାର୍ଯ୍ୟ, ନିଶିକାନ୍ତ ନାୟକ, ମନୋରଂଜନ ନାୟକ, ପ୍ରତାପ କୁମାର ସେଠୀ, ଚନ୍ଦ୍ରଶେଖର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଦାବିଗୁଡିକ ପୂରଣ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଜଣାଇଛି ।