Odiapua.com

୧୨ ରୁ ଦୁଇଦିନିଆ ଓପନ୍ ଚେସ୍ ଟୁର୍ଣ୍ଣାମେଣ୍ଟ

ନୟାଗଡ଼, ୧୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ ଓ ନୟାଗଡ଼ କେସି କ୍ଳବ ଦ୍ୱାରା ଆୟୋଜିତ ଦୁଇଦିନିଆ ଓପନ ଚେସ୍ ଟୁର୍ଣ୍ଣାମେଂଟ ଚଳିତ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡ଼ିଛି। କେସି କ୍ଳବ ଠାରେ ଆୟୋଜିତ ଏକ ପ୍ରସ୍ତୁତି ବୈଠରେ ସଭାପତି ଚିତ୍ତରଂଜନ ତ୍ରିପାଠୀ ଏହି ଚେସ୍ ଖେଳ ସମ୍ପର୍କରେ ସୂଚନା ଦେଇଥିବାବେଳେ ନୟାଗଡ଼ର ଚେସ୍ ଖେଳାଳୀମାନଙ୍କ ପାଇଁ ଏହା ଏକ ସୁଯୋଗ ଆଣିବ ବୋଲି କହିଥିଲେ।