Odiapua.com

୧୨ ରୁ ଅଧିକ ବାଲ୍ୟ ବିବାହ ରୋକିଲେଣି କନ୍ଧମାଳ ଝିଅ ଝୁଲିମା

ବାଲିଗୁଡା,୧୬-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଫୁଲବାଣୀ ଫେରିଛନ୍ତି ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ସମ୍ମାନଜନକ ‘ଭି’ ଅୱାର୍ଡ ମିଳିବା ପରେ ଏବେ ସେ ନିଜ ଗ୍ରାମକୁ ଫେରି ବାଲ୍ୟ ବିବାହ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବେ ବୋଲି ଝୁଲିମା କହିଛନ୍ତି। ବର୍ତ୍ତମାନ ୧୨ରୁ ଅଧିକ ବାଲ୍ୟ ବିବାହ ସେ ଅଟକାଇ ସାରିଲେଣି। ଆଗାମୀ ଦିନରେ ଏନେଇ କାର୍ଯ୍ୟ ଜାରି ରଖିବେ, କନ୍ଧମାଳର ବିଭିନ୍ନ ଅଞ୍ଚଳ ବୁଲି ଏନେଇ ସଚେତନ କରିବେ ବୋଲି ଝୁଲିମା କହିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଞ୍ଚଳର ଝୁଲିମା ମଲ୍ଲିକଙ୍କୁ ମିଳିଥିଲା ସମ୍ମାନଜନକ ‘ଭି’ ଆୱାର୍ଡ। ଦୀର୍ଘ ଦିନ ଧରି ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନ ମିଳିଥିଲା।