Odiapua.com

୧୨ ଦଫା ଦାବିନେଇ ସିପିଆଇଏମ ଦଳ ପକ୍ଷରୁ ରାଜରାସ୍ତାରେ ପ୍ରତିବାଦ ଓ ବିକ୍ଷୋଭ

ମାଲକାନଗିରି,୨୨ା୯(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ସିପିଆଇଏମ ଦଳ ପକ୍ଷରୁ ୧୨ଦଫା ଦାବିନେଇ ରାଜ ରାସ୍ତାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ଦିନ ଜିଲ୍ଲା ସପିଆଇଏମ ସଂପାଦକ ବ୍ରଜମାଝୀ ଙ୍କ ନେତୃତ୍ୱରେ ଲକଡାଉନ ନିୟମ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ସିପିଆଇଏମ କର୍ମୀ ମାନେ ସୁବାଷବୋଷ ଛକ ଠାରୁ ସ୍ଲୋଗାନପକାଇ ଏକ ସୋଭା ଯାତ୍ରା କରି ବସଷ୍ଟାଣ୍ଡ ସମ୍ମୁଖରେ ପହଁଚି ଥିଲେ । ଗଣତାନ୍ତ୍ରୀକ ଅଧିକାର ଓ ସମ୍ବିଧାନଉପରେ ଆକ୍ରମଣ ବନ୍ଦକର,ଜୀବନ ଜିବାକୀ ପାଇଁ ପ୍ରତିପରିବାରକୁ ମୁଣ୍ଡପିଛା ୧୦କେଜି ଲେଖା ଚାଉଳ ୬ ମାସ ପର୍ଯ୍ୟନ୍ତ ମାଗଣା ଦିଆଯାଉ,ଆୟକର ସୀମାବାହେରେ ଆୟକରୁଥିବା ପରିବାରକୁ ପ୍ରତି ମାସକୁ ୭୫୦୦ ଟଙ୍କା ୬ମାସ ପର୍ଯ୍ୟନ୍ତ ଜମାକରାଯାଉ, ମନରେଗା କାର୍ଯ୍ୟର ମଜୂରୀ ବୃଦ୍ଧିକାରା ଯାଇ ୨୦୦ଦିନର କାମ ଯୋଗାଇ ଦିଆ ଯାଉ,ବେକାରଙ୍କୁ ନିଯୁକ୍ତି ନଚେତ ବେକାରୀ ଭତା ଦିଆ ଯାଉ,ଜଙ୍ଗଲଜାମି ପଟା ଦେବାସହିତ ଭୁମିହିନଙ୍କୁ ଜମି ଯୋଗାଇ ଦିଆ ଯାଉ,ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳରେ ସମସ୍ତଙ୍କୁ ରାସନକାର୍ଡ,ପାନୀୟଜଳ ଯୋଗାଇ ଦିଆ ଯାଉ,ସୋଲାର ମଟରରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରି କରାଯାଉ ,ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଖଟିଖିଆ, ଦିନମଜୂରୀୟା,ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି,ସେମାନଙ୍କୁ ସମସ୍ତପ୍ରକାର ସରକାରି ସହୟାତା ଯୋଗାଇ ଦେବା ଓ ୧୨ଦଫା ଦାବିପୁରଣ ନେଇ ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସୋଭା ଯାତ୍ରାରେ ଅନ୍ୟାନମାନଙ୍କ ମଧ୍ୟରେ ସିପିଆଇଏମ ଜିଲ୍ଲା ଆବାହକ ବ୍ରଜ ମାଝୀ,ଜିଲ୍ଲା କମିଟି ସଭ୍ୟ ଭୂପେଶକର୍ମକାର,କୁଷ୍ଣ ପାଣ୍ଡି,ନିଧିହନ୍ତାଳ, ବଲରାମ ଗୋଲରି,ରଘୁନାଥ ହନ୍ତାଳ,ପାତ୍ରହନ୍ତାଳ ପ୍ରମୁଖ ସିପିଆଇ ଏମ କର୍ମୀ ମାନେ ଉପସ୍ଥିତ ଥିଲେ ।