ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜୀବନରେଖା ଭାବେ ପରିଚିତ ସାଳନ୍ଦୀ ନଦୀର ସୁରକ୍ଷା ଏବଂ ଅଂଚଳବାସୀଙ୍କ ଜୀବନ–ଜୀବିକାକୁ ସ୍ଥାୟୀ ସୁରକ୍ଷା ଦେବା ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଳ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର ଙ୍କ ଦ୍ୱାରା ସରକାରଙ୍କ ଦୃଢ଼, ଦୂରଦର୍ଶୀ ନେତୃତ୍ୱରେ ଅର୍ଣ୍ଣପାଳ ପଂଚାୟତ ଅନ୍ତର୍ଗତ ରାଜୁଆଳିବିନ୍ଧା ଠାରୁ ଦେଉଳା ଆରଡି ୭୮.୮୦ କିମି ଠାରୁ ଆରଡି ୮୫.୮୦ କିମି ପର୍ଯ୍ୟନ୍ତ (ଦକ୍ଷିଣ ପାର୍ଶ୍ୱ) ଏବଂ ବାରିକପୁର ଠାରୁ ବିଲଣା ଆରଡି ୭୭.୫୦ କିମିରୁ ୮୬.୦୦ କିମି (ବାମ ପାର୍ଶ୍ୱ) ପର୍ଯ୍ୟନ୍ତ ପ୍ରାୟ ୧୨ କୋଟି ଟଙ୍କା ବ୍ୟୟର ଗୁରୁତ୍ୱପୂର୍ଣ୍ଣ ନଦୀ ଆଡ଼ିବନ୍ଧ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନା କରାଯାଇଛି। ଏହି ପ୍ରକଳ୍ପ ସାକାର ହେବା ସହିତ ଭଦ୍ରକ ଓ ଧାମନଗର ନିର୍ବାଚନ ମଣ୍ଡଳୀର ୪ଟି ପଂଚାୟତର ହଜାର ହଜାର ପରିବାର ବନ୍ୟାର ସ୍ଥାୟୀ ଆତଙ୍କରୁ ମୁକ୍ତି ପାଇବା ସହ, ଚାଷୀଙ୍କ ଶ୍ରମର ଫଳ ସୁରକ୍ଷିତ ରହିବ, ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ ଓ ଅଂଚଳର ସ୍ଥାୟୀ ଉନ୍ନତି ନିଶ୍ଚିତ ହେବ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ସାଳନ୍ଦୀ କେନାଲ ଡିଭିଜନର ସୁପରିଟେଣ୍ଡେଂଟ ଇଂଜିନିୟର ହିତେଶ ସାହୁ ଓ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଭାସ୍କର ସାହୁ, ଶ୍ରୀରାମ ନବମୀ ମହାଯଜ୍ଞ ସମିତିର ସଭାପତି ଆଇନ୍ଜୀବୀ ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।