Odiapua.com

୧୨ ଏବଂ ୧୫ ତାରିଖରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିର ପରିସରରେ ୧୪୪ ଧାରା ଜାରି

ପୁରୀ ୧୧-୧୧ (ଓଡ଼ିଆ ପୁଅ) ଆସନ୍ତା ୧୨ ଓ ୧୫ ତାରିଖରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି।

ଆସନ୍ତା ୧୨ ତାରିଖରେ ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ହେବା ଏବଂ କରୋନା ବ୍ୟାପୁବା ଆଶଙ୍କା ଥିବାରୁ ଏହି କଟକଣା ଯାରି କରାଯାଇଛି।

ଉକ୍ତ ଦିନ ଗୁଡିକରେ ଭୋର ୪ ଘଟିକା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଯାରି କରିଛନ୍ତି।

ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ନୀତିକାନ୍ତି ପାଳିତ ହେବ। କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କ ପ୍ରବେଶାନୁମତି ରହିବ।

ମନ୍ଦିର ପରିସରରେ ଭିଡ ନହେବା ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟିକୁ ପରାମର୍ଶ ଦିଆଯାଇଛି।