Odiapua.com

୧୨ମାସ ଦରମାରୁ ବଂଚିତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୧୨ମାସ ଦରମାରୁ ବଂଚିତ ହୋଇଥିବା ରାମକୃଷ୍ଣପୁର ଜିପିଏଲ୍‌ଏଫ୍ ଏମ୍‌ବିକେ, ସିଆରପିଏସ୍‌, ବ୍ୟାଙ୍କମିତ୍ର ମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଏକ ଦାବିପତ୍ର ନେଇ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜିଲ୍ଳାପାଳଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଏହି ଏମ୍‌ବିକେ ଓ ସିଆରପିସି ମାନେ ଗତ ସେପଟେମ୍ବର ମାସରୁ ଅଗଷ୍ଟ ମାସ ଯାଏଁ ୧୨ମାସର ଦରମା ସହ ଟିଏ, ଡିଏ ଓ ଏଲାଉନ୍ସକୁ ଜିପିଏଲ୍‌ଏଫ୍‌ର ସଭାନେତ୍ରୀ ଓ ସମ୍ପାଦିକ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିଛନ୍ତି । ଏହି ଏମବିକେ ଓ ସିଆରପିଏସ୍ ମାନେ ନିୟମିତ କାର୍ଯ୍ୟ କରୁଥିଲେ ମଧ୍ୟ ଦରମା କଥା କହିଲେ ସେମାନଙ୍କୁ ଗାଳି ଦେବାକୁ ପଛାଉନାହାନ୍ତ୍‌ି । ଏସମ୍ପର୍କରେ ପୂର୍ବତନ ଜିଲ୍ଲାପାଳ, ଡିପିଏମ୍‌, ସିଡିପିଓ, ବିଡିଓ, ଡିଏସଡବ୍ଲୁଓ, ଡିସିଏଫ୍ ଓ ଓସିଏମ୍ ଙ୍କ ସହ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ । କିନ୍ତୁ ଅଦ୍ୟାବଧି ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଦୀର୍ଘ ୧ବର୍ଷ ଧରି ଦରମା ବନ୍ଦ ହେବା ଫଳରେ ସେମାନଙ୍କର ପାବରିବାରିକ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏପରିକି ସେମାନଙ୍କ ଅଭିଯୋଗ ଅନୁଯାୟୀ, ମୋବାଇଲ ରିଜାର୍ଜ କରିପାରୁନାହାନ୍ତି । ଫଳରେ ବିନା ମୋବାଇଲରେ କାର୍ଯ୍ୟ କରିବା କଷ୍ଟକର ହୋଇପଡିଛି । ବହୁ ଦୁର୍ଦ୍ଦଶାରେ ଅଫିସ କାର୍ଯ୍ୟ କରୁବାକୁ ପଡୁଛି ଓ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି ବୋଲି ସେମାନେ ଦର୍ଶାଇଛନ୍ତି । ଏହି ଧାରଣାରେ ସିଆରପିଏସ୍ ସବିତା ବେହେରା, ହରପ୍ରିୟା ଜେନା, ରଶ୍ମିତା ବାରିକ, ଦୀପାରାଣି ସିଂ, ଲକ୍ଷ୍ମୀରାଣୀ ସେନାପତି, ସ୍ନେହଲତା ପରିଡା, ରେବତୀ ବେହେରା, କମଳା ଜେନା, ଅନ୍ନପୂର୍ଣ୍ଣା ବାରିକ, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।