Odiapua.com

୧୧ ମାସରେ, ଏନଡ଼ିଏ, ଚାରୋଟି ବଡ଼ ରାଜ୍ୟ ହରାଇବା ସହ ଦୁଇଟି ଛୋଟ ରାଜ୍ୟରେ ଗଠନ କରିଛି ସରକାର

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ନାଟକ ପରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କର ତିନିଦିନିଆ ସରକାରର ପତ୍ତନ ହୋଇଛି। ଏହା ପରେ ପ୍ରଦେଶରେ ନୂଆ ସରକାର ଦେଖିବାକୁ ମିଳିବ। କିନ୍ତୁ ଏହି ସମ୍ପୂର୍ଣ୍ଣ ରାଜନୈତିକ ସମୀକରଣ ଉପରେ ନଜର ପକାଇଲେ ଦେଖାଯାଏଯେ, ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ଅର୍ଥାତ୍ ଏନଡ଼ିଏକୁ ଲାଗିଛି ଝଟକା।

ଏନଡ଼ିଏର ୨୦୧୭ ରେ ୭୨ପ୍ରତିଶତ ଜନସଂଖ୍ୟା ଉପରେ ଶାସନ ଥିଲା। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ମହାରାଷ୍ଟ୍ର ପରି ରାଜ୍ୟରେ ସରକାର ହାତରୁ ଚାଲିଯିବା ପରେ ୪୧ପ୍ରତିଶତ ଜନସଂଖ୍ୟା ପର୍ଯ୍ୟନ୍ତ ସୀମିତ ହୋଇଯାଇଛି।

ଅବଶ୍ୟ, ମିଜୋରମ ଏବଂ ସିକ୍କିମ ପରି ଛୋଟ ରାଜ୍ୟରେ ଏନଡ଼ିଏର ସରକାର ଆସିଛି। ଏହିପରି ଭାବରେ ଏବେ ୧୭ଟି ରାଜ୍ୟରେ ଏନଡ଼ିଏ ସରକାର ଅଛି। ଏମାନଙ୍କ ମଧ୍ୟରୁ ୧୩ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାରୋଟି ରାଜ୍ୟରେ ସହଯୋଗୀ ଦଳସହିତ ମୁଖ୍ୟମନ୍ତ୍ରୀ ଅଛନ୍ତି।

ସୂଚନାଯୋଗ୍ୟଯେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ରେ ଏବେ ଆମ ଆଦମୀ ପାର୍ଟି ସରକାର ଥିବା ବେଳେ, ଆର୍ଥିକ ରାଜଧାନୀରେ ମଧ୍ୟ ଭାରତୀୟ ଜନତା ପାର୍ଟି ସରକାରର ପତ୍ତନ ହୋଇଛି। କୁହାଯାଇପାରେଯେ, ମହାରାଷ୍ଟ୍ରଙ୍କର ସର୍ବମୋଟ ଜିଡିପି ପ୍ରାୟତଃ ୩୦ ଲକ୍ଷ କୋଟି ଅଟେ। ଏହା ଦେଶର ଜିଡିପିର ୧୪ ପ୍ରତିଶତ ଅଟେ।

ଦେଶର ୪୦ପ୍ରତିଶତରୁ ଅଧିକ କର୍ପୋରେଟ ଅଫିସ୍ ମହାରାଷ୍ଟ୍ରରେ ଅବସ୍ଥିତ। ନିର୍ବାଚନ ଚାନ୍ଦା ଦେବାରେ ଏହାର ବଡ଼ ଯୋଗଦାନ ଅଟେ। ଉତ୍ତର ପ୍ରଦେଶ ପରେ ସବୁଠାରୁ ଅଧିକ ୪୮ ଲୋକସଭା ସିଟ ମହାରାଷ୍ଟ୍ରରେ ଅଛି। ଏହି କାରଣରୁ ଏନଡ଼ିଏ ପାଇଁ ମହାରାଷ୍ଟ୍ର ବହୁତ ମୁଖ୍ୟ ଅଟେ।