Odiapua.com

୧୧ ଦଫା ଦାବି ନେଇ ବିଏମଏସ ର ଧାରଣା ପ୍ରଦର୍ଶନ

ତାଳଚେର,୨୮/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଇଲାଖଣି ମଜଦୂର ସଂଘ ସମ୍ବନ୍ଧିତ ଭାରତୀୟ ମଜଦୂର ସଂଘ ତରଫରୁ ୧୧ ଦଫା ଦାବି ନେଇ ଆଜି ଏମସିଏଲ ର ଲିଙ୍ଗରାଜ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା ପ୍ରଦର୍ଶନ କରାଯାଇଛି। ଲିଙ୍ଗରାଜ ଏରିଆ ପ୍ରବନ୍ଧନ ଦ୍ୱାରା କରାଯାଉଥିବା ଶ୍ରମିକ ବିରୋଧୀ କାର୍ଯ୍ୟକୁ ବିଏମଏସ ସଂଗଠନର ଶତାଧିକ ଶ୍ରମିକ ବିରୋଧ କରି ସ୍ଲୋଗାନ ଦେଇଥିଲେ। କମ୍ପାନୀ କ୍ୱାର୍ଟର ଆବଣ୍ଟନରେ ଦୁର୍ନୀତି ବନ୍ଦ କରାଯାଉ ଏବଂ କମ୍ପାନୀ ଗାଇଡ଼ ଲାଇନ ଅନୁସାରେ ଆବଣ୍ଟନ କରାଯାଉ, କମ୍ପାନୀ କ୍ୱାର୍ଟର ଓ ଜମିର ଅନାଧିକୃତ ଅଧିଗ୍ରହଣ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, କମ୍ପାନୀ ଦ୍ୱାରା ପ୍ରଦତ୍ତ ୱେଲଫେୟାର ଅର୍ଥର ସଦୁପଯୋଗ କରାଯାଉ,କଲୋନୀର ପରିମଳ ବ୍ୟବସ୍ଥା ସଠିକ ଭାବରେ କରାଯାଉ,ସମସ୍ତ କର୍ମଚାରୀ ଓ ଜମିହରା କର୍ମୀଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆ ଯାଉ ଏବଂ ସମସ୍ତଙ୍କର ପଦୋନ୍ନତି ଅଗ୍ରାଧିକାର ଭିତରେ ଦିଆଯାଉ,ଗ୍ରେଡ଼ III କିରାଣୀମାନଙ୍କ ପଦୋନ୍ନତି ତୁରନ୍ତ କରାଯାଉ,ଯୋଗ୍ୟ କର୍ମଚାରୀମାନଙ୍କୁ ଏଚଆରଏ ଭତା ପ୍ରଦାନ କରାଯାଉ, ସମସ୍ତ ଦ୍ୱିପାକ୍ଷିକ ମିଟିଂ ନିୟମିତ ବ୍ୟବଧାନରେ କରାଯାଉ ବୋଲି ସଂଗଠନ ଦାବି କରିଛି। ଉକ୍ତ ଧାରଣାର ନେତୃତ୍ୱ ସଂଗଠନର କେନ୍ଦ୍ରୀୟ ନେତା ସୁଦର୍ଶନ ମହାନ୍ତି,କିଶୋର ଚନ୍ଦ୍ର ପ୍ରଧାନ,କ୍ଷେତ୍ର ସମ୍ପାଦକ ମନୋରଞ୍ଜନ ପ୍ରଧାନ ଓ ଅଜିତ କୁମାର ସାମଲ ଆଦିଙ୍କ ଦ୍ଵାରା ପରିଚାଳିତ ହେଇଥିଲାl ଆଗାମୀ ଦିନରେ ଯଦି କର୍ତ୍ତୃପକ୍ଷ ସଂଗଠନର ନ୍ୟାର୍ଯ୍ୟ ଦାବି ପ୍ରତି ଧ୍ୟାନ ନଦିଅନ୍ତି ତାହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ଏବଂ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସଙ୍ଗଠନ ପକ୍ଷରୁ ଲିଙ୍ଗରାଜ ଏରିଆ ପ୍ରବନ୍ଧନକୁ ଚେତାଵନୀ ଦିଆଯାଇଛି ।