Odiapua.com

୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କାର୍ଯ୍ୟରତ ଶ୍ରମିକ ଶୁକ୍ରବାର ଦିନ ପ୍ରାୟ ୧୦.୩୦ମି. ସମୟରେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଜଣାଯାଇଛି । ନୟାଗଡ ଜିଲ୍ଲା ଓଡଗାଁ ଥାନା ବଳଭଦ୍ରପୁର ଗ୍ରାମର ବ୍ରଜକିଶୋର ସାହୁ(୩୬) ଖପୁରିଆପଦା କାଳୀମନ୍ଦିର ସମ୍ମୁଖ କଂକ୍ରିଟ ଫାଟକ ନିର୍ମାଣ ପାଇଁ କଞ୍ଚା ବାଉଁଶରେ ଭାରା ବାନ୍ଧୁଥିବା ବେଳେ ଅସାବଧାନତା ବଶତଃ ଉପରେ ଥିବା ୧୧ କେ.ଭି. ବିଦ୍ୟୁତ ତାରରେ ଲାଗିଯାଇଥିଲା । ବ୍ରଜକିଶୋର ୨୦ମିଟର ଦୂରକୁ ଛିଟିକି ପଡି ସଂଜ୍ଞାହୀନ ହୋଇ ପଡିଥିଲେ । ତାଙ୍କୁ ନିକଟସ୍ଥ ମଞ୍ଜୁରୀରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ଡାକ୍ତର ବ୍ରଜକୁ ମୃତ ଘୋଷଣା କରିବା ସହ ଫାଣ୍ଡିୁ ସୂଚନା ଦେଇଥିଲେ । ଫାଣ୍ଡିରେ ୨୯/୨୩ନଂ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଥିଲା । ଅପରାହ୍ନରେ ଶବକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି ।