Odiapua.com

୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ବାଳକଙ୍କ ପ୍ରାଣ ଗଲା

ଯାଜପୁର ୫ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବନ୍ୟା ପରେ ଘରେ ଥିବା ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାକୁ ଯାଇ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ବାଳକଙ୍କ ମୃତ୍ୟୁବରଣ କରିବା ବରୀ ମେଡିକାଲ ସୁତ୍ରରୁ ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଜିଲ୍ଲାର ବରୀ ବ୍ଲକ୍ ମନ୍ଦାଳୀ ପଞ୍ଚାୟତର ମେଦୁଆକୂଳ ଗାଁର ଦୁଇ ସଂପର୍କୀୟ ଭାଇ ଶୁଭ୍ରଜିତ ବେହେରା(୨୪) ଓ ମିଟୁଲ ବେହେରା (୨୯) ଛେଳିଙ୍କ ପାଇଁ ଡାଳପତ୍ର ଆଣିବା ଲାଗି କଦଳୀ ପାଟୁଆର ଭେଳାରେ କାତ ମାରି ଯାଉଥିବା ବେଳେ ସେଠାରୁ ଅଳ୍ପ ଦୂର ଯିବା ପରେ ହଠାତ୍ ୧୧ କେଭି ଲାଇନ୍ ସଂସ୍ପର୍ଶରେ ସେମାନଙ୍କ କାତ ଆସିଥିଲା। ଏଥିରେ ସାଙ୍ଗେସାଙ୍ଗେ ଜଣେ ପାଣିରେ ଖସିପଡ଼ିଥିଲେ ଏବଂ ଆରଜଣଙ୍କ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବରୀ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।