Odiapua.com

୧୧ କେଭି ତାର ନେଲା ନାବାଳକ ଜୀବନ

ଗଜପତି,୦୭/୧୦,(ଓଡ଼ିଆ ପୁଅ ପି ନାଏକ):  ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏହି ଘଟଣା ଗଜପତି ଜିଲ୍ଲା ମୋହନା ଥାନା ପେଣ୍ଡ୍ରାଖାଲ ଗାଁ ନିକଟରେ ଘଟିଛି । ତେବେ ମୃତ ନାବାଳକ ଜଣକ ସୀମାନ୍ତରେ ନାୟକ ହୋଇଥିବା ବେଳେ ତା ଘର ତରଙ୍ଗ ଗାଁ ରେ ବୋଲି ଜଣାପଡିଛି । ତେବେ ଖେଳୁଥିବା ସମୟରେ ତାଙ୍କୁ ଛୁଇଁ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।