Odiapua.com

୧୧୧ ଶମ୍ଭୁଙ୍କୁ ନେଇ ରଣପୁରରେ ପଞ୍ଚୁଦୋଳ ମେଳନ ଅନୁଷ୍ଠିତ

ନୟାଗଡ଼ ୨୪/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁରରେ ରାଜରାଜୁଡା ଅମଳରୁ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ଏହି ପଞ୍ଚୁଦୋଳ ଯାତ୍ରାକୁ ରଣପୁର ଗଡଜାତ ଅଂଚଳ ଓ ଆଖପାଖ ଅଂଚଳରୁ ୧୦୮ ଶମ୍ଭୁ ଆସିଥାନ୍ତି। ଚଳିତ ବର୍ଷ ୧୧୧ ଶମ୍ଭୁ ଯାତ୍ରା ପଡିଆକୁ ଆସିଥିଲେ। କୋଭିଡ୍ ୧୯ କଟକଣା ଯୋଗୁଁ ୨ ବର୍ଷହେଲା ପଞ୍ଚୁଦୋଳ ଯାତ୍ରା ଫିକା ପଡିଥିଲା। କଟକଣା କୋହଳ ସାଙ୍ଗକୁ କେନ୍ଦ୍ରସରକାର କଟକଣା ମୁକ୍ତ ହେବ ବୋଲି ଘୋଷଣା କରିବା ପରେ ଚଳିତ ବର୍ଷ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ମା ମଣିନାଗ ଦୁର୍ଗା ଅଧିଷ୍ଠାତ୍ରୀ ଦେବୀ ଭାବେ ୨୩ ତାରିଖ ବିଳମ୍ବିତ ରାତ୍ରିରେ ପଞ୍ଚୁଦୋଳ ପଡିଆକୁ ଆସି ଅବସ୍ଥାନ କରିଥିଲେ। ପରେ ପରେ ପଞ୍ଚୁ ମହାଦେବ ବାବା ଚଣ୍ଡେଶ୍ୱର, ବାବା ସ୍ୱପ୍ନେଶ୍ୱର, ବାବା ହରିହରେଶ୍ୱର, ଦଣ୍ଡାବାଲୁଙ୍କେଶ୍ୱର, ତୋଟା ବାଲୁଙ୍କେଶ୍ୱର, ରଣପୁର ଜଗନ୍ନାଥ ମନ୍ଦିର ଅରୁଣ ସ୍ତମ୍ବ ନିକଟରେ ଦୋଳ ବିମାନରେ ଛତିଶା ନିଯୋଗରେ ପହଂଚିଥିଲେ। ପରେ ପରେ ଗ୍ରାମାଞ୍ଚଳରୁ ଲତାର ବାଲୁଙ୍କେଶ୍ୱର, ନିଳକଣ୍ଠେଶ୍ୱର, କମଳେଶ୍ୱର ଆଦି ୧୦୫ ଶମ୍ଭୁ ସମବେତ ହୋଇ ପଞ୍ଚୁଦୋଳ ପଡିଆକୁ ଆସି ପହଂଚିଥିଲେ।

ପଞ୍ଚୁଦୋଳ ପିଣ୍ଡିରେ ଦୋଳ ବିମାନରେ ଉପବିସନ କରି ମାର୍ଚ୍ଚ ୨୪ ତାରିଖ ଦିନସାରା ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜିୟୁ ମାନଙ୍କୁ ଦର୍ଶନ ନକରି ଆର୍ଶିବାଦ ଲାଭ କରିଥିଲେ। କିନ୍ତୁ ପ୍ରଥମ ରାତ୍ରିର ପଟୁଆର ଏବର୍ଷ ହୋଇନଥିଲା। ବିନା ଆଲୋକ ବ୍ୟବସ୍ଥାରେ ଶମ୍ଭୁମାନେ ପଞ୍ଚୁଦୋଳ ପଡିଆକୁ ଆସିଥିଲେ। ସତେ ଯେପରି ବିନା ମୁରବିହୀନ ଭାବରେ ଯାତ୍ରା ପରିଚାଳିତ ହୋଇଥିଲା। ପ୍ରଥା ପରମ୍ପରା ଅନୁଯାଇ ପୁର୍ବରୁ ରଣପୁରର ସରପଞ୍ଚ ଯାତ୍ରା କମିଟିର ସବାପତି ହେଉଥିଲେ। କିନ୍ତୁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ହେବା ପରଠାରୁ ଚେୟାରମ୍ୟାନ ଯାତ୍ରା କମିଟିର ସଭାପତି ଭାବରେ ଦାୟିତ୍ୱ ତୁଲାଇ ଯାତ୍ରା ପରିଚାଳନା କରୁଥିଲେ। କିନ୍ତୁ କେହି ଚେୟାରମ୍ୟାନ ନଥିବା ସହ ମାର୍ଚ୍ଚ ୨୪ ତାରିଖରେ ପଞ୍ଚୁଦୋଳ ଅବସରରେ ନିର୍ବାଚନ ଚାଲିଥିବାରୁ କେହି ଯାତ୍ରା ପ୍ରତି ଦୃଷ୍ଟି ଦେଇନଥିଲେ। କେବଳ ରଣପୁର ଦେବୋତ୍ତର ବିଭାଗର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ବିଧି ଅନୁଯାଇ ଯାତ୍ରାର ଦାୟିତ୍ୱ ନେଇଥିଲେ। ଏହି ପଞ୍ଚୁଦୋଳ ଯାତ୍ରାରେ ଅପରାହ୍ନ ମେଳନ ସମୟରେ ୧୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ। ସକାଳୁ ସକାଳୁ ଯାତ୍ରା ପଡିଆ ଶୁନଶାନ୍ ଲାଗୁଥିବା ବେଳେ ଅପରାହ୍ନରେ ଯାତ୍ରା ପଡିଆ ଲୋକାରଣ୍ୟ ହୋଇଯାଇଥିଲା।