Odiapua.com

୧୧ଟି ଇଂରାଜୀ ପୁସ୍ତକ ରଚନାକରି ଚର୍ଚ୍ଚାରେ ପ୍ରଧାନ ଶିକ୍ଷକ ସରୋଜ ଓଝା

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡ଼କ ପଂଚାୟତ ଅଧିନ ମନ୍ତ୍ରବାସୁଳି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ୧୧ଟି ଇଂରାଜୀ ପୁସ୍ତକ ରଚନାକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଲେଖକ ସରୋଜ କୁମାର ଓଝା ସାହିତ୍ୟ ମାଧ୍ୟମରେ ସମାଜକୁ ପ୍ରେରଣା ଦେଇଥାନ୍ତି। କବି ତଥା ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ବେଶ୍ ଜଣାଶୁଣା ଥିବାବେଳେ ପ୍ରକୃତି ଓ ପରିବେଶକୁ ଭଲପାଇଥାନ୍ତି। ତାଙ୍କ ସୃଷ୍ଟି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରସାରିତ ହୋଇ ପାଠକୀୟ ଆଦୃତି ଲାଭକରିଛି।ତାଙ୍କ ଲେଖାରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ବିଜ୍ଞାନ, ପ୍ରକୃତି ସଂରକ୍ଷଣ ଓ ସମାଜ ଉପଯୋଗୀ ଲେଖାମାନରହିଛି। ସମ୍ପ୍ରତିକ ସମାଜକୁ ନେଇ ତାଙ୍କର ସମଗ୍ର ସୃଷ୍ଟି। ।ଲେଖକଙ୍କ ୧୧ଟି ସୃଷ୍ଟି ମଧ୍ୟରେ ରହିଛି, ଏଡୁ ଲାଇଟ୍‌’, ୟୁନିକ୍ ଫିଲିଙ୍ଗ , ଦ କାନଭାସ୍ ଉଇଦିନ୍‌, ସାଇଲେଂଟ ରେନ୍‌, ଇକୋଜ୍ ଇନ୍ ଏମ୍ପଟି ରୁମ୍‌, ଲିଡିଂ ଉଇଥ୍ ନୋ ଫିଅ,ର୍ ସିରିଜ୍ ମେକ,ର୍ ଲିମିଟ୍ ବେନିଫିଟସ୍‌, ଦ ସ୍କାଏ ଅଫ କୋଶ୍ଚେନିଂ, ହାଓ ଚିଲ୍ଡରେନ୍ ଲର୍ଣ୍ଣ ଏଟ୍ ଦ ଆର୍ଲି ଚାଇଲ୍ଡହୁଡ଼ ଷ୍ଟେଜ୍ ଓ ୱାର୍ଡସ୍ ଅଫ ଇନସ୍ପାଇରେସନ୍‌” ଇତ୍ୟାଦି । ପ୍ରକୃତିବନ୍ଧୁ, ପ୍ରକୃତିମିତ୍ର ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଓଝା ଜଣେ ଅନନ୍ୟ ବ୍ୟକ୍ତି। ସେ ନିଷ୍କପଟ ହୃଦୟର ମଣିଷ ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି।