Odiapua.com

୧୧କେଭି ବିଦ୍ୟୁତ ତାର ଲାଗି ୮ଗାଈ ମୃତ

ହାଟଡ଼ିହି-୧୨/୪, କେନ୍ଦୁଝର ଜିଲ୍ଲା ହାଟଡିହି ଗାଁ ନିକଟରେ ୧୧କେଭି ବିଦ୍ୟୁତାର ସଂଷ୍ପର୍ଶରେ ଆସି ୮ଟି ଗାଈଙ୍କ ଜୀବନ ଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ଅପରାହ୍ନରେ ଝଡବର୍ଷା ବେଳେ ହାଟଡିହିରୁ ଡଙ୍କୁରୀ ପଟକୁ ଯାଇଥିବା ୧୧କେଭି ବିଦ୍ୟୁତ ତାରଟି ତହସିଲ ପଛପଟ ନିକଟରେ ୧୧କେଭି ବିଦ୍ୟୁତ ଖୁଣ୍ଟରୁ ଗୋଟିଏ ତାର ଛିଣ୍ଡି ପଡି ୨ଡ଼ୁଟ ଉଚ୍ଚତାରେ ଝୁଲି ରହିଥିଲା । କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଏହା ଜାଣିନଥିଲେ । ଆଜି ସକାଳୁ ହାଟଡିହି ଗାଁର ଗୋରୁଗାଈ ଚରିବାକୁ ବିଲକୁ ଆସିବାରୁ ଏହି ତାର ସଷ୍ପର୍ଶର ଆସି ଯାଇ ଅକ୍ଷୟ ପହିଙ୍କର ୨ଟି, ପଦ୍ମନାଭ ପହିଙ୍କର ୨ଟି, ମାଧ ଜେନାଙ୍କର ଗୋଟିଏ, ଦେବାଶିଷ ଜେନାଙ୍କର ଗୋଟିଏ, ଭିକାରୀ ରାଉତଙ୍କ ଗୋଟିଏ ଓ ସୁରେନ୍ଦ୍ର ଜେନାଙ୍କର ଗୋଟିଏ ଏହିପରି ୮ଟି ଗାଈ ମୃତ୍ୟୁବରଣ କରିଥିଲେ । ଏହାକୁନେଇ ଘଟଣାସ୍ଥଳରେ ଉତ୍ତଜନା ପ୍ରକାଶ ପାଇବାସହ ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଏପରି ହେଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କିଛିବର୍ଷ ପୁର୍ବେ ହାଟଡିହିର ଜଣେ ବ୍ୟକ୍ତିଙ୍କ ବାଡି ଭିତରେ ବହୁ କମ ଉଚ୍ଚତାରେ ତାର ଝୁଲୁଥିବାବେଳେ ତାଙ୍କର ଏକମାତ୍ର ପୁଅ ସେହି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବାବେଳେ ଆଜି ୬ଜଣ ବ୍ୟକ୍ତିଙ୍କ ୮ଟି ଗାଈ ମରିବା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି । କେବଳ ବିଦ୍ୟୁତ ବିଲ କଲେକ୍ସନ ବ୍ୟତିତ ଆଉ କିଛିବି କରୁ ନାହାନ୍ତି ବୋଲି ଗ୍ରାମବାସୀମାନେ କ୍ଷୋଭର ସହ କହିଛନ୍ତି । ବିଦ୍ୟୁତ ବିଭାଗ ତୁରନ୍ତ ଉକ୍ତ ଗାଈ ମାଲିକ ମାନଙ୍କୁ କ୍ଷତିପୁରଣ ଦେଉ ବୋଲି ସେମାନେ ଦାବି କରିଛନ୍ତି ।