Odiapua.com

୧୦ ବାକ୍ସ ଦେଶୀ ମଦ ଜବତ

ପୁରୀ-୩୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡ଼ିଆ ଗ୍ରାମରେ ବିଶ୍ୱସ୍ତ ସୂତ୍ରୂରୁ ଖବରପାଇ ପୁଲିସ ଚଢ଼ାଉ କରି ଜଣେ ମଦ ବେପାରୀଙ୍କୁ ଗିରଫ କରିଛି। ଗିରଫ ମଦ ବେପାରୀ ହେଲେ ସନ୍ନ୍ୟାସୀ ସାହୁ। ତାଙ୍କ ଘରେ ପୁଲିସ ଚଢ଼ାଉ କରି ୧୦ପେଟି ଦେଶୀ ମଦ ଓ ୨୫୦ଟି ଆସ୍କାଫଟି ଜବତ କରି ସନ୍ନ୍ୟାସୀଙ୍କୁୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।