ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ବାଲିଗାଁ ପଂଚାୟତ ଅଫିସ୍ ନିକଟରେ ଥିବା ଘଂଚ ଜଙ୍ଗଲରୁ ମିଳିଥିବା ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଜନିତ ହତ୍ୟା ଘଟଣାରେ ଜଡିତ ଯୁବକ ବବଲୁ ଦାସକୁ ପୋଲିସ ୧୨ ଘଂଟା ମଧ୍ୟରେ ତାର ଶ୍ୱଶୁର ଘର ଜଗତସିଂହପୁର ଶବର ସାହି ରୁ ଗିରଫ ପରେ ଲୋକଙ୍କ ଆକ୍ରୋଶରୁ ବର୍ତିବା ପାଇଁ ଭଦ୍ରକ ଆଣି ଗୋପନ ସ୍ଥାନରେ ରଖିଥିଲା। ଗତକାଲି ତାକୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରି ବିଳମ୍ବିତ ରାତିରେ ଭଦ୍ରକ ଜେଲକୁ ଫରୱାର୍ଡ଼ କରିଛି।