Odiapua.com

୧୦ ଦଫା ଦାବିନେଇ ସିପିଆଇଏମ ଦଳ ପକ୍ଷରୁ ବିକ୍ଷୋଭ ଓ ବିଶାଳ ସମାବେଶ

ମାଲକାନଗିରି,୯ା୩ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସିପିଆଇଏମ ଦଳ ପକ୍ଷରୁ ୧୦ଦଫା ଦାବିନେଇ ଚିତ୍ରକୋଣ୍ଡା ଠାରେ ବିଶାଳ ସମାବେଶ ସହ ରାଜ ରାସ୍ତାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସପିଆଇଏମ ସଂପାଦକ ଅଳିକିଶୋର ପଟନାୟକ ଙ୍କ ନେତୃତ୍ୱରେ ଲକଡାଉନ ନିୟମ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ସିପିଆଇଏମ କର୍ମୀ ମାନେ ଚିତ୍ରକୋଣ୍ଡା ଆମ୍ବେଦକର ଛକ ଠାରୁ ସ୍ଲୋଗାନପକାଇ ଏକ ସୋଭା ଯାତ୍ରା କରି ହାଟପଦାରେ ପହଁଚି ଥିଲେ । କେନ୍ଦ୍ରସରକାର ଲାଗୁକରିଥିବା ୩ଟି କୃଷି ଆଇନକୁ ବାତିଲ,ପେଟ୍ରୋଲ ଓ ଡିଜେଲ ଦର ଉପରୁ ଟିକସ ହ୍ରାସ କରି ଦରକମାଇବା, ଆଦିବାସୀଙ୍କ ଜଙ୍ଗଲ ଜମି ଆଇନ ଅନୁଯାଇ ୧୦ ଏକରଜମି ପଟା ପ୍ରଦାନ,ବାସହିନଙ୍କୁ ଗୃହ ଯୋଗଣ, ବେକାରଙ୍କୁ ନିଯୁକ୍ତି ନଚେତ ବେକାରୀ ଭତା ଦିଆ ଯାଉ,ଜଙ୍ଗଲଜାମି ପଟା ଦେବାସହିତ ଭୁମିହିନଙ୍କୁ ଜମି ଯୋଗାଇ ଦିଆ ଯାଉ,ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳରେ ସମସ୍ତଙ୍କୁ ରାସନକାର୍ଡ,ପାନୀୟଜଳ ଯୋଗାଇ ଦିଆ ଯାଉ,ସୋଲାର ମଟରରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରି କରାଯାଉ ,ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଖଟିଖିଆ, ଦିନମଜୂରୀୟା,ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି,ସେମାନଙ୍କୁ ସମସ୍ତପ୍ରକାର ସରକାରି ସହୟାତା ଯୋଗାଇ ଦେବା ଓ ୧୦ଦଫା ଦାବିପୁରଣ ନେଇ ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସୋଭା ଯାତ୍ରାରେ ଅନ୍ୟାନମାନଙ୍କ ମଧ୍ୟରେ ବଣେଇ ବିଧାୟକ ଲ କ୍ଷ୍‌ମଣ ମୁଣ୍ଡା,ବରିଷ୍ଟ ସିପିଆଇଏମ ନେତା ଜନାର୍ଦ୍ଦନ ପତି,ସିପିଆଇଏମ ଜିଲ୍ଲା ଆବାହକ ବ୍ରଜ ମାଝୀ,ଜିଲ୍ଲା କମିଟି ସଭ୍ୟ ଭୂପେଶକର୍ମକାର,କୁଷ୍ଣ ପାଣ୍ଡି,ନିଧିହନ୍ତାଳ, ବଲରାମ ଗୋଲରି,ରଘୁନାଥ ହନ୍ତାଳ,ପାତ୍ରହନ୍ତାଳ ପ୍ରମୁଖ ସିପିଆଇ ଏମ କର୍ମୀ ମାନେ ଉପସ୍ଥିତ ଥିଲେ ।