ବାଲିଗୁଡା,୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆ ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ବ୍ରହ୍ମପୁର ଆସିବା ପରେ ଏକ ଟ୍ରକରେ ଲିଫ୍ଟ ମାଗି ସେମାନେ କଳିଙ୍ଗାରେ ଓଲ୍ହାଇବାର ଥିଲା, ହେଲେ ଡ୍ରାଇଭର ଭୁଲରେ ସେମାନଙ୍କୁ ଦଶପଲ୍ଲାରେ ଓଲ୍ହାଇ ଥିଲା। ଏମାନେ ମୋଟ ୧୦ ଜଣ ଯାକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଓ ରେବିଙ୍ଗିଆ ପଞ୍ଚାୟତର ବୋଲି ଜଣାପଡ଼ିଛି, ଏହି ଖବର କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନ ମହାପାତ୍ର ପାଇବା ପରେ ସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା.ଡ଼ିଙ୍କୁ ଜଣାଇଥିଲେ ଜିଲ୍ଲାପାଳ ସେମାନଙ୍କୁ ଆଣିବାର ବନ୍ଦୋବସ୍ତ କରିଥିଲେ। ଉକ୍ତ ୧୦ ଜଣ ପ୍ରବାସୀ ଓଡ଼ିଆ ଯୁବକ ଜିଲ୍ଲାପାଳ ଓ କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ଭାଇଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।