Odiapua.com

୧୦୦ ଲିଟର ଦେଶୀ ମଦ ସହ ସ୍କୁଟି ଜବତ, ଜଣେ ଗିରଫ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ ବିଭାଗ ପକ୍ଷରୁ ପ୍ରତିଦିନ ଭଦ୍ରକରୁ ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତଥାପି ଏହି ଚୋରା ମଦ କାରବାର ବନ୍ଦ ହେଉନି । ଯାହା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଆଜି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲା ଅବକାରୀ ବିଭାଗର ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତିହିଡି ଅବକାରୀ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଦାସଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ତିହିଡି ଥାନା ଅଧୀନସ୍ଥ ନୂଆନନ୍ଦ ଅଂଚଳରେ ଚଢାଉ କରି ଶହେ ଲିଟର ଦେଶୀ ମଦ ସହ ଏକ ସ୍କୁଟି ଜବତ କରି ଜଣକୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତି ନଛିପୁର ଗାଁର ଉତ୍ପଳ ବେହେରା ବୋଲି ଜଣାପଡିଛି ।