Odiapua.com

୧୦୦୦ଲିଟର ବେଆଇନ ସ୍ପିରିଟ ଜବତ

ଯଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ବଜାରରୁ ହଜାରେ ଲିଟର ସ୍ପିରିଟ (ଯାହାକି ମଦ ତିଆରିରେ ବ୍ୟବହୃତ କରାଯାଏ)ବେଆଇନଭାବେ ଚୋରା ଚାଲାଣ ହେଉଥିବା ଖବର ପାଇ ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ପାଣିକୋଇଲି ବଜାରର ଏକ ଦୋକାନରେ ଏହା ବିକ୍ରି ବା ଚାଲଣ କରାଯାଉଥିବା ବେଳେ ତାର ଟେର କେହି ପାଉନଥିଲେ ।

 

ବିଶେଷସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ୧୦୦୦ଲିଟର ସ୍ପିରିଟ ଜବତ କରିବା ସହ ବେପାରୀ ନମଟିକିରି ଗ୍ରାମର ଭିମସେନ ଆଏଚଙ୍କ ପୁଅ ନୀଳମଣୀକୁ ଗିରଫ କରିଥିଲା । ଏନେଇ ଏକ ମାମଲା ୧୮୬/୧୯-୨୦ ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।