Odiapua.com

୧୦ମ ଶ୍ରେଣୀ ଛାତ୍ର ନିଖୋଜ

ହାଟଡିହି- ୨ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ହାଇସ୍କୁଲରେ ପଢ଼ୁଥିବା ଜଣେ ୧୦ମ ଶ୍ରେଣୀର ଛାତ୍ର ନିଖୋଜ ହୋଇଯାଇଛି । ବିଦ୍ୟାଧରପୁର କଲୋନୀର ବାସିନ୍ଦା ଧରିଣୀଧର ପରିଡା ଓ କନକଲତା ପରିଡାଙ୍କ ୧୫ବର୍ଷର ପୁଅ ଆକାଶ କୁମାର ପରିଡା ଗତ ଶନିବାର ଦିନ ସକାଳ ୬ଟାବେଳେ ଘରୁ ବଜାର ଆଡେ ଆସି ଆଉ ଘରକୁ ଫେରି ନାହିଁ । ଏନେଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ପୁଅର କୌଣସି ସନ୍ଧାନ ପାଇପାରି ନାହାନ୍ତି । ଏନେଇ ପରିବାର ପକ୍ଷରୁ ସୋସୋ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଆଜି ଆକାଶର ମା କନକଲତା ଛେନାପଦି ମାର୍କେଟରେ ପୁଅର ଫଟୋ ଧରି ଦୋକାନ ଦୋକାନ ବୁଲି ଖୋଜ ଖବର ନେଉଥିବା ଦେଖିବାକୁ ମିଳିଥିଲା । ଯଦି କେହି ଏହି ଆକାଶର ସନ୍ଧାନ ପାଆନ୍ତି ତେବେ ୭୪୪୦୦୮୨୪୩୩ ଅଥବା ସୋସୋ ଥାନା ପୁଲିସକୁ ସୁଚନା ଦେବାକୁ କନକଲତା ନିବେଦନ କରିଛନ୍ତି ।