Odiapua.com

୧୦ମ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ୫ମ ସନ୍ଧ୍ୟା, ଭଦ୍ରକ କାବ୍ୟ କବିତାର ଛନ୍ଦେଛନ୍ଦେ ଭରି ରହିଛି ଆଧ୍ୟାତ୍ମିକ ଚେତନା

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭୂମିର ସାରସ୍ୱତ ସାଧକମାନେ ସୃଷ୍ଟି କରିଛନ୍ତିି ବହୁ କାଳଜୟୀ କାବ୍ୟ କବିତା । କେବଳ ଜାତୀୟତାବାଦ ଧର୍ମୀ ସ୍ୱର ସେସବୁରେ ଶାଣିତ ହୋଇନାହିଁ ବରଂ ବହୁ କବିତାର ଛନ୍ଦେଛନ୍ଦେ ଭରି ରହିଛି ଆଧ୍ୟାତ୍ମିକ ଚେତନା ଯାହା ମଣିଷର ଆତ୍ମାକୁ ଶୁଦ୍ଧ ଓ ପବିତ୍ର କରିବା ସହିତ ଭଗବତ୍ ବିଶ୍ୱାସକୁ ଦୃଢୀଭୂତ କରି ପାରିଛି ବୋଲି ଭଦ୍ରକର ମଠସାହି ସ୍ଥିତ ଗୋପାଳଜୀୟୁ ମଠପଡ଼ିଆଠାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ଦ୍ୱାରା ପ୍ରାୟୋଜିତ ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛଡ଼୍‌ତି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତିରେ ଅନୁଷ୍ଠିତ ଉକ୍ତ ପଞ୍ଚମ ସାରସ୍ୱତ ସଂଗଠକ ତଥା ବ୍ୟଙ୍ଗକବି ଅଶୋକ କୁମାର ନାୟକ ପୌରୋହିତ୍ୟ କରିଥିଲେ ଏବଂ ମହୋତ୍ସବର ସଭାପତି ଇଂ ଅଭୟ କୁମାର ସୂତାର ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଯୋଗ ଦେଇଥିଲା ବେଳେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ବେଷ୍ଟ ଇଂଜିନିୟରିଂ ସ୍କୁଲର ଅଧ୍ୟକ୍ଷ ଇଂ ରବୀନ୍ଦ୍ର କୁମାର ଜେନା, ଆଖଣ୍ଡଳମଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତି, ‘ଏଯାବତ୍‌’ ପତ୍ରିକାର ସମ୍ପାଦକ ମାନସ ରଂଜନ ପଣ୍ଡା, କବୟିତ୍ରୀ ଦମୟନ୍ତୀ ରାଉତ, ସଂଗଠିକା ଆଡ୍‌ଭୋକେଟ୍ ଅଞ୍ଜୁବାଳା ରାଉତ, ଚିତ୍ରଶିଳ୍ପୀ ପ୍ରଭାତ ଜେନା ଓ ‘ସାଇସମ୍ରାଟ୍‌’ ଅପେରାର ନାୟିକା ଟିକିଲି ପ୍ରଧାନ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ରିବନାରାୟଣ ଖିଲାର ଅତିଥି ପରିଚୟ, ଆବାହକ ନୀହାର ରଂଜନ କର ସ୍ୱାଗତ ଭାଷଣ ଓ ସାମ୍ବାଦିକ ସନ୍ତୋଷ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, ଶିକ୍ଷୟିତ୍ରୀ ମନୋରମା ରାୟ, କଣ୍ଠଶିଳ୍ପୀ ଶଶିକଳା ମିଶ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତିଙ୍କ ପରିଚାଳନାରେ ନୃତ୍ୟଗୁରୁ ଏଲି ହୋତାଙ୍କ ନିର୍ଦ୍ଦେଶନାରେ ଏମ୍‌. ଏମ୍‌. ଡ୍ୟାନ୍‌ସ ଗ୍ରୁପ୍‌, ଚରମ୍ପା ମନୋରଂଜନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।