Odiapua.com

୧୦ମ ପୂର୍ବତନ ମୂଖ୍ୟ ନିର୍ବାଚନ କମିସନର ଟି.ଏନ୍‌.ଶେଷାନଙ୍କ ମୃତ୍ୟୁରେ ମୂଖ୍ୟମନ୍ତ୍ରୀ ଟୁଇଟ କରି ଶୋକ ପ୍ରକାଶ କଲେ

ଭୁବନେଶ୍ୱର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଭାରତର ୧୦ମ ପୂର୍ବତନ ମୂଖ୍ୟ ନିର୍ବାଚନ କମିସନର ଟି.ଏନ.ଶେଷାନଙ୍କ ଗତକାଲି ପରଲୋକରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରି  ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ରମଣ ମାଗାସେସେ ପୁରସ୍କାର ବିଜେତା ଟିଏନ ଶେଷାନଙ୍କ ପରଲୋକ ଖବର ଦୁଃଖଦାୟକ । ନିର୍ବାଚନ ପ୍ରକ୍ରିୟାରେ ସେ ବ୍ୟାପକ ସଂସ୍କାର ଆଣିଥିବା  ଟୁଇଟରେ ମୂଖ୍ୟମନ୍ତ୍ରୀ ପୋଷ୍ଟ କରିଛନ୍ତି । ପ୍ରଥମ ଥର ଭାରତରେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣି କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳମାନଙ୍କ ପାଇଁ ଶେଷାନ୍ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ନିରପେକ୍ଷତା, ନିଷ୍ଠାପରତା, ସ୍ବଚ୍ଛତା ତାଙ୍କର ଆଉ ଏକ ପରିଚୟ ସୃଷ୍ଟି କରିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ ତୁଲାଇଥିଲେ। ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ ଭାବେ ଦାୟିତ୍ବ ତୁଲାଇବା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ କେନ୍ଦ୍ର କ୍ୟାବିନେଟ୍ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ମୁଖ୍ୟ ନିର୍ବାଚନ କମିସନର ହେବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ଲାନିଂ କମିସନ ସଦସ୍ୟ ଥିଲେ।