Odiapua.com

୧୦ମ ଜାତୀୟ ମତଦାତା ଦିବସ ପାଳନ,ନୁଆଭୋଟରଙ୍କୁ ସ୍ୱାଗତ

ମାଲକାନଗିରି,୨୫ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ୧୦ମ ଜାତୀୟ ମତଦାତା ଦିବସ ଆଜି ସ୍ଥାନିୟ ସଂସ୍କୃତି ଭବନ ଠାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି ।ଏହିଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡାକାମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ,ତହସିଲଦାର ଡ.ଗୁଣନିଧି ନାୟକ,ନିର୍ବାଚନ ଅଧିକାରୀ ରାମପ୍ରସାଦ ନାୟକ,ଅଧ୍ୟାପକ ରଜଂନକୁମାର ସ୍ୱାଇଁ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଜାତୀୟ ଭୋଟରଦିବସ ସଭାକୁ ଉଦଘାଟନ କରିଥିଲେ, ଆଜିରିଶୋର କାଲିର ଭୋଟର,ଭୋଟର ଜାଗିଲେ ଦେଶ ଜାଗିବ,ଜଣେଭୋଟର ମତଦାନ ଅତ୍ୟନ୍ତ ମୂଲ୍ୟବାନ,ଗୋଟିଏ ଭୋଟରେ ଜଣେ ଭଲ ସଚ୍ଚାଦେଶଭକ୍ତ ବନିପାରିବ ବୋଲି କହିଥିଲେ । ଏହି ଅବସରରେ ନୂତନ ଭୋଟର, ବିଏଲଓ ମାନଙ୍କୁ ସମ୍ମାନିତ କରାଯାଇ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ,ବକ୍ତୃତା,ପ୍ରବନ୍ଧ ଓ ସ୍ଲୋଗାନ ବିଭିନ୍ନ ପ୍ରତି ଯୋଗିତାରେ କୃତୀତ୍ୱହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ଅତିଥି ମାନେ ପ୍ରଦାନକରିଥିଲେ । ଏହି ଅବସରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ଜାତୀୟ ମତଦାତା ଦବିସର ସପଥ ପାଠ କରାଇଥିଲେ,ଏହି ସଭାରେ ସହକାରି ଜିଲ୍ଲାପାଳ ଶଶାଙ୍କ ଶେଖର ମିଶ୍ର,ହୃଷିକେଶ ଗଣ୍ଡ,ଜୟଦେବ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏହି ସଭାରେ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଦିଜୀବୀ ସାମ୍ବାଦିକ,ଅବିଭାବକ ବିଭିନ୍ନ କଲେଜ ଓ ସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଜାତୀୟ ମତଦାତା ଦିବସ ର ଆଭିମୁଖ୍ୟ ସଂପର୍କରେ ମତଉପସ୍ଥାପନ କରିଥିଲେ । ଆଜି ସକାଳେ ଅତିଥି ମାନଙ୍କ ସହିତ ବିଭିନ୍ନ କଲେଜର ଶତାଧିକ ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ଜାଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ସୋଭା ଯାତ୍ରାରେ ବାହରି ସହର ପରିକ୍ରମା କରି ଭୋଟଦାନରେ ବହୁଳ ଯୋଗଦାନ,ଗଣତନ୍ତ୍ର କୁ କରିବ ବଳିୟାନ ସ୍ଲୋଗାନ ସହ ସଚେତନର ବାର୍ତା ଦେଇଥିଲେ