Odiapua.com

୧ରୁ ବାଲିଗୁଡା ଏନଏସିରେ ମୋ ସରକାର

ବାଲିଗୁଡା, ୧୯/୧୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -ନୂତନ ବର୍ଷ ପ୍ରାରମ୍ଭରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ଏବଂ ନଗର ଉନ୍ନୟନ ଅଧିନସ୍ଥ ୧୧୪ଟି ସହରାଂଚଳ, ୯ଟି ମହାଗରରେ ମୋ ସରକାର କାର୍ଯ୍ୟକ୍ଷମ ହେବ। ଏନଏସି ଅଧିକାରୀ ଜୟଦେବ ଷଢଙ୍ଗି ଏନଏସି କାର୍ଯ୍ୟଳୟର କର୍ମଚାରୀ ମାନଙ୍କକୁ ବ୍ୟାପକ ତାଲିମ ପ୍ରଦାନ କରିଛନ୍ତି। ଆସନ୍ତକାଲି ଠାରୁ କର୍ମଚାରୀ ମାନେ ବିଧିବଦ୍ଦ ଭାବେ ଅଭ୍ୟାସ ଆରମ୍ଭ କରିବେ। ୨୦୨୦ ଜାନୁୟାରୀ ୧ରୁ ସ୍ୱତନ୍ତ୍ର ପ୍ରକୋଷ୍ଠ କାର୍ଯ୍ୟକରିବ।ସ୍ୱତନ୍ତ୍ର କର୍ମଚାର, କମ୍ପୁଟର, ଲୋକଙ୍କ ବସିବା ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଆଦି ବ୍ୟବସ୍ଥା ରହିବା। ପାନୀୟ ଜଳ ଯୋଗାଣ ସମସ୍ୟା, ଟ୍ରେଟ ଲାଇସେନ୍ସ, ହୋଲଡିଙ୍ଗ ଟେକ୍ସ, ସରକାରୀ ଆବାସ, ଘର ନକସା ଅନୁମତି ଆଦି କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ସମସ୍ତ ବିବରଣୀ କମ୍ପୁଟରରେ ପଂଜିକୃତ ହବେ।ଶେସବୁ ସିଧା ସଳଖ ରାଜ୍ୟ ସଚିବାଳୟସ୍ଥିତ ୫ଟି ବିଭାଗକୁ ପ୍ରେରଣ ହେବ।ଲୋକଙ୍କ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସଂପୁର୍ଣ୍ଣ ହେବ।କାର୍ଯ୍ୟ ଅଗ୍ରଗତି ନେଇ ଫୋନ ମେସେଜ ମାଧ୍ୟମରେ ଆବେଦନ ସୂଚନା ଦିଆଯିବ। ପଂଜିକୃତ ଆବେଦନଙ୍କୁ ସିଧା ସଳଖ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ବିଭଗିୟ ସଚିବଙ୍କ ପାଖରୁ ଫୋନ କଲ ଆସିବ। ଲୋକଙ୍କସମସ୍ୟା ପ୍ରତି ଅବହେଳା ହେଲେ କର୍ମଚାରୀ ଅଧିକାରୀଙ୍କୁ ଦୋଷାରପ କରାଯିବ।ଏନେଇ ସମସ୍ତ କର୍ମଚାରୀ ନିଜନିଜ ଦ୍ୱାୟୀତ୍ୱ ଠିକ ଭାବେ ଏବଂ ସମୟ ବଦ୍ଦ ଭାବରେ ସଂପୁର୍ଣ୍ଣ କରିବାକୁ ନିର୍ବାହୀ ଅଧିକାରୀ ଶ୍ରୀ ଷଢଙ୍ଗି ପରାମର୍ଶ ଦେଇଥିଲେ। ବୈଠକରେ ମୁକେଶ ନାୟକ, ଶ୍ୟାମା ପ୍ରସାଦ ତ୍ରୀପାଠି, ଇଂ ଅନିଲସାହୁ, ଇଂ ସୁଜିତ ସେଠୀ, ରାଜ କିଶୋର ସାହୁ, ଦେବାଶିସ ମହାନ୍ତୀ, ଜିବନ ଜ୍ୟୋତି ପାତ୍ର, ଅଭିଶେକ ପ୍ରଧାନଙ୍କ ସମେତ ସମସ୍ତ ଏନଏସିର କର୍ମଚାରୀ ଉପସ୍ଥିତ ଥିଲେ।